ସୋରଡା ଜଗନ୍ନାଥ ମନ୍ଦିର ପାଇଁ ପୋଷ୍ଟ କାର୍ଡ ଅଭିଯାନ

ସୋରଡା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡା ଜଗନ୍ନାଥ ମନ୍ଦିର ସୋରଡା ର ଏକ ପ୍ରାଚୀନ କଳାକୃତି ହୋଇଥିବା ବେଳେ ବର୍ତମାନ ଏହା ର ସୁରକ୍ଷା ନିତାନ୍ତ ଆବଶ୍ୟକ ହୋଇଛି। ଏହା କୁ ଦ୍ରୁଷ୍ଟି ରେ ରଖି ସୋରଡା ର ୦୮ ନମ୍ବର ୱାର୍ଡ କାଉନ୍ସିଲର ପ୍ରଥମେ ରାଜ୍ୟ ୫ ଟି ସଚିବ ଓ ମୁଖ୍ୟମନ୍ତ୍ରୀ ଙ୍କୁ ପତ୍ର ଲେଖି ଏହି ମନ୍ଦିର ର ସୁରକ୍ଷା ପାଇଁ ଆବଶ୍ୟକ ଅନୁଦାନ ପାଇଁ ଅନୁରୋଧ କରିଥିଲେ। ଏହା ର କିଛି ଦିନ ପରେ ସୋରଡା ରେ ଏହି ମନ୍ଦିର ପାଇଁ ଆରମ୍ଭ ହୋଇଛି ପୋଷ୍ଟ କାର୍ଡ ଅଭିଯାନ । ପ୍ରତିଦିନ ରାଜ୍ୟ ସରକାର ଙ୍କ ଦ୍ରୁଷ୍ଟି ଆକର୍ଷଣ କରିବା ପାଇଁ ସୋରଡା ଜଗନ୍ନାଥ ପ୍ରେମୀ ମାନେ ଏହି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ସୋରଡା ର ଜଗନ୍ନାଥ ମନ୍ଦିର ଗଞ୍ଜାମ ଜିଲ୍ଲାର ଏକ ପୁରୁଣା ମନ୍ଦିର ହୋଇଥିବା ବେଳେ ସୋରଡା ଖିଡିଶିଙ୍ଗୀ ରାଜବଂଶ ରାଜା କୁଞ୍ଜ ବିହାରୀ ସିଂଦେଓ ଙ୍କ ସମୟରେ ଏହି ମନ୍ଦିର ଏକ ପୂର୍ଣ୍ଣାଙ୍ଗ ରୂପ ନେଇଥିଲା। ୧୭ ସହ ମସିହା ରେ ନିର୍ମାଣ ହୋଇଥିବା ଏହି ମନ୍ଦିର ଆଜକୁ ପ୍ରାୟ ୩୨୦ ବର୍ଷ ପୁରୁଣା। ବତମାନ ରାଜବଂଶ ଦାୟାଦ ଭାବେ ଡା। ଦେବଦତ୍ତ ସିଂ ଦେଓ ପ୍ରାୟ ୧୦୦ ବର୍ଷ ପରେ ପୁଣି ଜଗନ୍ନାଥ ଙ୍କ ସେବାରେ ଆସିବା ସହ ଛେରାପହଁରା କାର୍ଯ୍ୟ ସମ୍ପାଦନ କରୁଛନ୍ତି। ପ୍ରାରମ୍ଭ ରୁ ଏଠାରେ ଏକ ଜଗନ୍ନାଥ ପତିତପାବନ ଙ୍କ ନାମ ରେ ପୂଜା ପାଇଆସୁଛନ୍ତି। ଏହି ମନ୍ଦିର ଦେବୋତ୍ତର ବିଭାଗ ଅଧୀନ ରେ ଥିବା ବେଳେ ଆବଶ୍ୟକ ଅନୁଦାନ ଏହି ବିଭାଗ ତରଫରୁ ଦିଆଯାଉଥିଲେ ହେଁ ମନ୍ଦିର ର ସୁରକ୍ଷା ଓ ମରାମତି ପାଇଁ ପର୍ଯ୍ୟାପ୍ତ ହୋଇପାରୁନି କେବଳ ଦୈନନ୍ଦିନ ପୂଜା ନୀତି ହିଁ ସମ୍ପନ୍ନ ହୋଇ ପାରୁଛି। ଦିନ କୁ ଦିନ ଏହି ମନ୍ଦିର ଏବେ ଭଗ୍ନ ଅବସ୍ଥା ରେ ପହଞ୍ଚିଲାଣି। ତେଣୁ ଏହି ମନ୍ଦିର ର ସୁରକ୍ଷା ପୁନରୁଦ୍ଧାର ଓ ସୌନ୍ଦର୍ଜ୍ୟ କରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ମନ୍ଦିର ର ରୋଷ ଘର ସଂପୂର୍ଣ୍ଣ ଭଗ୍ନ ଅବସ୍ଥାରେ ରହିଥିବା ବେଳେ ବର୍ଷା ଦିନ ରେ ରୋଷ ଘରେ ନାଳ ପଣି ପ୍ରବେଶ କରୁଛି। ମନ୍ଦିର ରେ ଉନ୍ନତ ନାଳ ବ୍ୟବସ୍ଥା ନଥିବା ଯୋଗୁଁ ମନ୍ଦିର ପାଣି ବାହାରକୁ ନିଷ୍କାସନ ହୋଇପାରୁନି। ଏପରିକି ବଡ ଦେଉଳ ସମେତ ପାର୍ଶ୍ଵ ଦେବାଦେବୀ ଙ୍କ ମନ୍ଦିର ମଧ୍ୟ ଭଗ୍ନ ଅବସ୍ଥା ରେ ପହଞ୍ଚିଲାଣି। ସହର ତଥା ଅଞ୍ଚଳ ର କିଛି ବଦାନ୍ୟ ଙ୍କ ସହଯୋଗ ରେ କିଛି ବାହ୍ୟ ପରିବେଶ ର ଉନ୍ନତି ହେଉଛି କିନ୍ତୁ ଏତେ ବଡ ମନ୍ଦିର ପାଇଁ ତାହା ଯଥେଷ୍ଟ ନୁହ। ଏପରିକି ଆଜକୁ ୩୨୦ ବର୍ଷ ଉର୍ଦ୍ଧ ହେଲାଣି ଏଠାରେ ଠାକୁରଙ୍କ ନବକଳେବର ମଧ୍ୟ ହୋଇନି। ତେଣୁ ଏପରି ସ୍ଥିତି ରେ ମନ୍ଦିର ର ସୁରକ୍ଷା ଓ ପୁନରୁଦ୍ଧାର ଆବଶ୍ୟକତା ରହିଛି। ସୋରଡା ର ଜଗନ୍ନାଥ ପ୍ରେମୀ ଏ ସଂକ୍ରାନ୍ତ ରେ ଏକ ଅଭିନବ ପ୍ରୟାସ ସହ ପ୍ରତିଦିନ ରାଜ୍ୟ ସରକାର ଙ୍କ ଦ୍ରୁଷ୍ଟି ଆକର୍ଷଣ ପାଇଁ ପୋଷ୍ଟ କାର୍ଡ ଅଭିଯାନ ଆରମ୍ଭ କରିଛନ୍ତି। ଆସା ଓ ବିଶ୍ବାସ ଜଗନ୍ନାଥ ପ୍ରେମୀ ଙ୍କ ଅଭିନବ ପ୍ରୟାସ ରାଜ୍ୟସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ