ସୋରଡା ପୌରପରିଷଦରେ ୧୨୦ କର୍ମଚାରୀଙ୍କ କୋଭିଡ ସମେତ ଆଇସିଟିସି ପରୀକ୍ଷା
ସୋରଡା, (ରଜନୀ ମହାପାତ୍ର) : ସୋରଡା ପୌରପରିଷଦ ରେ ଆଜି ୧୨୦ ଜଣ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରାଯାଇଛି। ସୋରଡା ପୌରପରିଷଦରେ ସମସ୍ତ ସଫେଇ କର୍ମଚାରୀଙ୍କ ସମେତ ସମସ୍ତ କାର୍ଯ୍ୟରତ ଅଫିସ କର୍ମଚାରୀ ମାନେ ସମସ୍ତେ ନିଜ ନିଜ ର କୋଭିଡ ପରୀକ୍ଷା କରିଛନ୍ତି। ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଅଜିତ ପାଣିଗ୍ରାହୀ ଓ ଏଲ ଟି ପ୍ରିୟଦର୍ଶିନୀ ତ୍ରିପାଠୀ ଉପସ୍ଥିତ ରହି ସମସ୍ତଙ୍କ କୋଭିଡ ସ୍କ୍ରିନିଗ ସହ ଆଇ ସି ଟି ସି ଟେଷ୍ଟ କରିଥିଲେ। ସୋରଡା ପୌରପରିଷଦ କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ସାହୁଙ୍କ ପ୍ରତକ୍ଷ ତତ୍ୱାବଧାନରେ ଏହି ଟେଷ୍ଟିଙ୍ଗ କାର୍ଯ୍ୟକ୍ରମ ରେ ସୋରଡା ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ପ୍ରଧାନ ଓ ବିଜୁ ଯୁବ ବାହିନୀ ସଂଯୋଜକ ସଞ୍ଜୟ ପଣ୍ଡା ଏହା କୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଏହି ଟେଷ୍ଟିଙ୍ଗ କାର୍ଜ୍ୟକ୍ରମ ରେ ସୋରଡା ଏନ ଏ ସି ର ସମସ୍ତ ସଫେଇ କର୍ମଚାରୀ,ସମସ୍ତ କାର୍ଜ୍ୟରତ ଅଫିସ କର୍ମଚାରୀ, ସମସ୍ତ ଟି ଏମ ସି ରେ କାର୍ଯ୍ୟରତ ଥିବା କର୍ମଚାରୀ ସମେତ ସୋରଡା ଏନ ଏ ସି ର ସବୁ ଅଙ୍ଗନବାଡି କର୍ମଚାରୀଙ୍କ ଆଇ ସି ଟି ସି କୋଭିଡ ଟେଷ୍ଟ କରଯାଇଥିଲା। ସମସ୍ତ ୧୨୦ ଜଣ ପରୀକ୍ଷା ରେ ପଜିଟିବ ସଙ୍କେତ ଥିବା ଜଣାପଡିନାହି। ସମସ୍ତେ ଏକ ପ୍ରକାର ସୁସ୍ଥ ଥିବା ଜଣାପଡିଛି।