ସୋରଡା ମିଶନ ବାଳକଶ୍ରମ ତରଫରୁ ଶିଶୁ ସମ୍ପର୍କ ଯାତ୍ରା

ସୋରଡା,(ରଜନୀ କାନ୍ତ ମହାପାତ୍ର):ସୋରଡା ରେ ଅୟୋଜିତ ହେଇଛି ଶିଶୁ ସମ୍ପର୍କ ଯାତ୍ରା । ସୋରଡା ମିଶନ ବାଳକଶ୍ରମ ତରଫରୁ ଏହି ଯାତ୍ରା ଅୟୋଜିତ କରାଯାଇଥିବା ଦେଖିବାକୁ ମିଳିଥିଲା । ଶିଶୁ ମଙ୍ଗଳ ସମିତି ଗଂଜାମ ଙ୍କ ନିର୍ଦେଶ କ୍ରମେ ସୋରଡା ସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନ ଆର ସି ଏମ ବାଳକଶ୍ରମ ତରଫରୁ ଶିଶୁ ସଂପର୍କ ଯାତ୍ରା ର ଆୟୋଜନ କରାଯାଇଥିଲା । ଏଥିରେ ଅନୁଷ୍ଠାନ ର ଶିଶୁ ସମେତ ପରିଚାଳକ ଫାଦର ଦିଲ୍ଲୀପ କୁମାର ନାୟକ, ସଭାପତି ଙ୍କ ପ୍ରତିନିଧି ଫାଦର ବିମଳ ଚନ୍ଦ୍ର ନାୟକ, ସହକାରୀ ଫାଦର ସତ୍ୟମ ସୁଭମ ଦାସ ବଳିଆରସିଂ, ପ୍ରତାପ କୁମାର ସଭାସୁନ୍ଦର, ସୁବୋଧ କୁମାର ନାୟକ ପ୍ରମୁଖ କର୍ମଚାରୀ ଯୋଗଦେଇଥିଲେ । ସକାଳ ୭.୩୦ ମି ସମୟରେ ଶିଶୁ ଅଧିକାର ସୁରକ୍ଷା ର ଏକ ବ୍ୟାନର ସହ ପ୍ରଚାର ପତ୍ର ଗୁଡିକୁ ଧରି ସମସ୍ତ ଶିଶୁ ଓ ସହଯୋଗୀ ମାନେ ନଗର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରା ଅଫିସ ଲାଇନ, ନେତାଜୀ ସାହି,  ଆଡପମଣ୍ଡପ, ବଡଦାଣ୍ଡ, ରଥ ଛକ, ଗଣିଛକ ଆଦି ଅଞ୍ଚଳ ପରିକ୍ରମା କରି ଶେଷ ରେ ଆର ସି ଏମ ବାଳକଶ୍ରମ ରେ ପହଞ୍ଚିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ