ସୋରଡା ରେ ଦୋଳ ପୁର୍ଣିମା
ସୋରଡା: ସୋରଡା ରେ ଆନନ୍ଦଉଲ୍ଲାସ ରେ ପାଳନ ହୋଇଛି ପବିତ୍ର ଦୋଳ ପୁର୍ଣିମା। ସୋରଡା ରେ ବିଭିନ ମନ୍ଦିର ର ଠାକୁର ଙ୍କ ନଗର ପରିକ୍ରମା ସହର ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ପବିତ୍ର ଦୋଳ ପୁର୍ଣିମା ଓ ହୋଲିକା ଦହନ ରେ ବିଭିନ୍ନ ପ୍ରକାରର ସମସ୍ୟା ଦୂର ହେବା ସହ ଏହି ଭସ୍ମ ଦେବାଧିଦେବ ମହାଦେବ ଙ୍କୁ ଅତି ପ୍ରିୟ ହୋଇଥିବା ଯୋଗୁଁ ଭକ୍ତ ବୃନ୍ଦ ଏହି ହୋଲିକା ଦହନ ଭସ୍ମ କୁ ସାଙ୍ଗରେ ନେବା ସହ ଘରେ ଚାରିଆଡେ ପକାଇଥାନ୍ତି ଯାହାଫଳରେ ଘର ମଧ୍ୟରୁ ବିଭିନ୍ନ ଖରାପ ଦୃଷ୍ଟି ଦୂର ହୋଇଥାଏ ଏବଂ ଏହା ପରେ ପାଳନ ହୁଏ ରଙ୍ଗର ପର୍ବ ହୋଲି। ପବିତ୍ର ଏହି ଦୋଳ ପୁର୍ଣିମା ରେ ସହର ର ଗୋପୀନାଥ ମନ୍ଦିର ରୁ ରାଧାକୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି କୁ ଏକ ସୁସଜ୍ଜିତ ରଥରେ ପ୍ରତିଦିନ ସାହି ସାହି ପରିକ୍ରମା ପରେ ଗତକାଲି ରାତ୍ର ରେ ଏକ ପଟୁଆର ରେ ନଗର ପରିକ୍ରମା କରଯାଈଥିଲା। ବିଭିନ୍ନ ବାଦ୍ୟ ବାଜଣା ଓ ଆତସବାଜି ରେ ହୋଇଥିଲା ଏହି ନଗର ପରିକ୍ରମା। ସହର ର ଭକ୍ତ ବୃନ୍ଦ ଏହି ପବିତ୍ର ଦୃଶ୍ୟ କୁ ଦର୍ଶନ କରିବା ସହ ଠାକୁରଙ୍କ ପୂଜାର୍ଚନା କରିଥିଲେ। ସହର ର ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ରୁ ମଧ୍ୟ ପ୍ରତିଦିନ ଏହି ପରି ଶୋଭାଯାତ୍ରା ନଗର ପରିକ୍ରମା କରାଯାଉଥିଲା। ଜଗନ୍ନାଥଙ୍କ ମନ୍ଦିର ରୁ ଯୁଗଳ ମୁର୍ତୀ ଙ୍କୁ ସଙ୍ଗେ ଧରି ଦୋଳ ସାହାର୍ୟ୍ୟ ରେ ଭକ୍ତ ବୃନ୍ଦ ନଗରପରିକ୍ରମା କରୁଥିଲେ। ସନ୍ଧ୍ୟା ସମୟରେ ଏକ ପଟୁଆରରେ ଠାକୁର ଙ୍କୁ ନଗର ପରିକ୍ରମା କରାଯିବା ସହ ସ୍ଥାନୀୟ ଆଡପମଣ୍ଡପ ରେ ଠାକୁରଙ୍କୁ ରଖାଯିବା ସହ ନୂଆ ପାଞ୍ଜି ପଢାଯାଇଥିଲା। ମନ୍ଦିର ପୁରୋହିତ କାଳି ଚରଣ ତ୍ରିପାଠୀ ନୂଆ ପାଞ୍ଜି ପଢୀଥିବା ବେଳେ ପୂଜାପଣ୍ଡା ବିନୟ ମହାପାତ୍ର ଓ ହୟଗ୍ରୀବ ପାଢି ପ୍ରମୁଖ ଓ ସେବାୟତ ସରୋଜ ପତ୍ରୀ ,ଗୋବିନ୍ଦ ପାଣିଗ୍ରାହୀ,କାଳି ତିଆଡି ଙ୍କ ସମେତ ଅନ୍ୟାନ ସେବାୟତ ମାନେ ଉପସ୍ଥିତ ଥିଲେ। ନୂଆ ପାଞ୍ଜି ପଢାଯିବା ପରେ ପୁଣି ମନ୍ଦିର କୁ ଫେରିଥିଲେ ଠାକୁର ପରେ ମନ୍ଦିର ରେ ଆଳତି ଓ ଅନ୍ୟାନ ନୀତି ସମ୍ପନ୍ନ ହୋଇଥିଲା। ସେହିପରି ସ୍ଥାନୀୟ କବିରାଜ ସାହି ରେ ସୁଧାକର ବେହେରା ଙ୍କ ପ୍ରତକ୍ଷ ତତ୍ଵାବଧାନରେ ପ୍ରତିଦିନ ଠାକୁରଙ୍କ ନଗର ପରିକ୍ରମା କରାଯିବା ସହ ଯଥାଚିତ ସମୟରେ ଏହି ଦୋଳ ପୁର୍ଣିମା ର ନୀତି ସମ୍ପନ୍ଣ କରାଯାଇଥିଲା । ପବିତ୍ର ଦୋଳ ପୁର୍ଣିମା ପାଇଁ ସହର ସମେତ ଆଖପାଖ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଥିବା ଦେଖିବାକୁ ମିଳିଛି।


