ସୋରଡା ରେ ମାଗଣା ଇସିଜି ସେବା ଆରମ୍ଭ

ସୋରଡା,(ରଜନୀକାନ୍ତ ମହାପାତ୍ର):ମହାମାରୀ ସମୟରେ ଡାକ୍ତର ଙ୍କ ଉପରେ ବିଶ୍ୱାସ ରଖି ଶହ ଶହ ସଂଖ୍ୟାରେ ରୋଗୀ ଡାକ୍ତରଖାନା କୁ ଆସୁଛନ୍ତି।ରୋଗୀ ଙ୍କୁ ଯେଭଳି ସମସ୍ତ ସରକାରୀ ସୁବିଧା ଯୋଗାଇଦିଆଯିବା ସେଥି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି ମେଡିକାଲ ଇଂଚାର୍ଜ ଡାକ୍ତର ସନ୍ତୋଷ କୁମାର ପଣ୍ଡା ।ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ସୁ ସମ୍ପର୍କ ତିଆରି କରିବା ପାଇଁ ମେଡିକା ମେଡିକାଲ ପରିସରରେ ଆର ଏକ୍ସ ଓ ଷ୍ଟେଥୋର ପ୍ରତିଛବି ନିର୍ମାଣ କରାଯାଇଛି।ଆର ଏକ୍ସ ର ଅର୍ଥକୁ ମଧ୍ୟ ଫଳକ କରି କାନ୍ଥ ରେ ଲେଖାଯାଇଛି।ତାହା ସହିତ ଗାୟତ୍ରୀ ପରିବାର ପକ୍ଷରୁ ରୋଗୀଙ୍କ ଉଦ୍ଧେଶ୍ୟରେ ଡାକ୍ତରଖାନା କୁ ଇସିଜି ମେସିନ ପ୍ରଦାନ କରାଯାଇଛି।ଏହାକୁ ଆଜି ସୋରଡ଼ା ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ ଉଦଘାଟନ କରିଛନ୍ତି।ଡାକ୍ତର ପଣ୍ଡା କହିଛନ୍ତି ଇସିଜି ଟେଷ୍ଟ କରିବା ପାଇଁ ରୋଗୀ ଭଞ୍ଜନଗର ,ବ୍ରହ୍ମପୁର କୁ ଯାଉଥିଲେ କିନ୍ତୁ ଏବେ ପ୍ରତେକଟି ରୋଗୀ ମାଗଣାରେ ଇ ସି ଜି ଟେଷ୍ଟ ର ସୁବିଧା ପାଇ ପାରିବେ।ରୋଗୀ ଠିକ ସମୟରେ ଔଷଧ ସେବନ କରି ଆରୋଗ୍ୟ ପୂର୍ବ ରୁ ଏଠାରେ ଇ ସି ଜି ର ସୁବିଧା ନଥିବା ବେଳେ ଅନେକ ହୃଦରୋଗୀ ଏହି ପରୀକ୍ଷା ପାଇଁ ବ୍ରହ୍ମପୁର ଉପରେ ନିର୍ଭର କରୁଥିଲେ। ଏହି ସୁବିଧା ଏଠାରେ ଆରମ୍ଭ ହେବ ପରେ ଅନେକ ହୃଦ ରୋଗୀ ଉପକୃତ ହେବେ ବୋଲି କହିଛନ୍ତି। ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ରୁ ଅନେକ ରୋଗୀ ଅସୁବିଧା ର ସମ୍ମୁଖିନ ହେଉଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ସୁବିଧା ଯୋଗାଇ ଦିଆଯାଉଛି। ଡାକ୍ତର ସନ୍ତୋଷ କୁମାର ପଣ୍ଡା ଏଠାରେ ଯୋଗଦେବା ପରଠାରୁ ମେଡିକାଲ ର ପରିମଳ ଓ ସୌନ୍ଦର୍ଯ୍ୟ କରଣ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିବା କହିଛନ୍ତି ସୋରଡ଼ା ଅଂଚଳ ବାସୀ। ଡାକ୍ତର ଲେଖୁଥିବା ଆର ଏକ୍ସ ର ଅର୍ଥ କହିବାକୁ ଯାଇ ଡାକ୍ତର କହିଛନ୍ତି ଯେ ଏହା ଭଗବାନ ଙ୍କ ନାମ ରେ ଦିଆଯାଉଛି ଏବଂ ଏହି ମାଧ୍ୟମ ରେ ଭଗବାନ ରୋଗୀ କୁ ସହାୟ ହୁଅନ୍ତୁ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ