ସୋରଡା ରେ ମାଳ ମାଳ ଅଣପଞ୍ଜୀକୃତ ଠିକାଦାରଙ୍କ ହାତ ରେ ବନ୍ଧା ପଡିଛି ବିକାଶ

ସୋରଡା, (ରଜନୀ ମହାପାତ୍ର):ସୋରଡା ବ୍ଲକ ଓ ଏନ ଏ ସି ରେ ବର୍ତମାନ ଅଣପଞ୍ଜୀକୃତ ଠିକାଦାର ଙ୍କ ସଂଖ୍ୟା ବଢିବାରେ ଲାଗିଛି। ମାଳ ମାଳ ଅଣପ୍ଞ୍ଜୀକୃତ ଠିକାଦାର ଙ୍କ ହାତ ରେ ଏବେ ସହର ସମେତ ଏନ ଏ ସି ର ବିକାଶ ଟେକି ଦିଆଯାଇଛି। ଏମାନେ ସାଜିଛନ୍ତି ଅଞ୍ଚଳ ର ଭାଗ୍ୟବିଧତା। କିଛି ଅଣ ପଞ୍ଜୀକୃତ ଠିକାଦାର ଙ୍କ ଅଭ୍ନିଜ୍ଞତା ନଥିଲେ ମଧ୍ୟ ଏମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ର କାମ ଦିଆଯାଇଛି। ଅନଭିଙ୍ଗ୍ୟ ଓ ଅଣପଞ୍ଜୀକୃତ ଠିକାଦାର ମାନେ ଦଳୀୟ ଭିତିରେ କାମ ନେବାରେ ଲାଗିଛନ୍ତି। ପରିଣାମ ଏୟା ଯେ ସହର ରେ ଆଖିଦୃଷ୍ଟିୟା ବିକାଶ ହେଇଥିବା ଶାସକ ଦଳ କହୁଥିବା ବେଳେ ସେତିକି ବିକାଶ ନଜର କୁ ଆସୁନଥିବା ଅଭିଯୋଗ କରୁଛି ବିଜେପି । ସହର ର ବିକାଶ ପାଇଁ ରାଜ୍ୟ ସରକାର ଙ୍କ ଠାରୁ ଆରମ୍ଭକରି କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ଉନ୍ନୟନ ବିଭାଗ ତରଫରୁ କୋଟି କୋଟି ଟଙ୍କା ଖର୍ଚ କରଯାଉଛି। ଏହି ସମସ୍ତ ଅନୁଦାନ ର ଯଦି ସଦୁପଯୋଗ ହେଇଥାନ୍ତା ତେବେ ସୋରଡା ଗଞ୍ଜାମ ଜିଲ୍ଲା ରେ ଏକ ସୁନ୍ଦର ବିକଶିତ ସହର ର ମାନ୍ୟତା ପାଇଥାନ୍ତା। ପ୍ରତିବର୍ଷ ସହର ର ଉନ୍ନତି ପାଇଁ ଏକାଧିକ ପ୍ରକଳ୍ପ ଗ୍ରହଣ କରାଯାଉଛି ଏବଂ ସେଗୁଡିକ ର କାର୍ଜ୍ୟମଧ୍ୟ ତ୍ବରାନିତ କରଯାଉଛି। କାର୍ଯ୍ୟ ତଦାରଖ କରିବା ପାଇଁ କନିଷ୍ଠ ଜନ୍ତ୍ରୀ ଠାରୁ ଆରମ୍ଭ କରି ମ୍ଯୁନିସିପାଲ ଜନ୍ତ୍ରୀ ମଧ୍ୟ ଅଛନ୍ତି। କିନ୍ତୁ ଉନ୍ନୟନ କାର୍ଯ୍ୟ କିପରି ତଦାରଖ କରାଯାଉଛି ତାହା ତଦନ୍ତ ସାପେକ୍ଷ। କୋଟି କୋଟି ଟଙ୍କା ର ବିକାଶ ପାଇଁ ଟେନ୍ଡର ପ୍ରକ୍ରିୟା ମଧ୍ୟ ଆହ୍ଵାନ କରାଯାଉଛି ଏହି ପ୍ରକ୍ରିୟା ସୋରଡା ଏନ ଏ ସି ର ଦୀର୍ଘ ବର୍ଷ ର ସ୍ଥାୟୀ ଠିକାଦାର ଭାବେ ପରିଚିତ ଦୁଇଟି ଠିକାଦାର ଙ୍କୁ ହିଁ କାମ ମିଳୁଛି। ଏହି ଠିକାଦାର ମାନକ ନେତାଙ୍କ ସହ ବେସ ଭଲ ସମ୍ପର୍କ। ନେତା ଙ୍କ ଲବି ରେ ରହି ଏମାନଙ୍କ ମାଧ୍ୟମ ରେ ମାଳ ମାଳ ଅଣପଞ୍ଜୀକୃତ ଠିକ୍କାଦାର ଙ୍କୁ ଦିଆଯାଉଛି କାମ। ସବୁଠାରୁ ବଡ କଥା ହେଲା କୌଣସି କାର୍ଯ୍ୟ ହେବା ପୂର୍ବ ରୁ ସମ୍ପୃକ୍ତ ଠିକାଦାର ଙ୍କ ସହ ଏକ ରାଜିନାମା କରାଯାଇଥାଏ ଯେଉଁଥିରେ ଆବଶ୍ୟକ ସମୟ ଭିତରେ କାର୍ଯ୍ୟ ସାରିବା ପାଇଁ ନିର୍ଦେଶନାମା ମଧ୍ୟ ମାନିବୁ ବୋଲି ଠିକାଦାର ରାଜିହେଇଥାନ୍ତି। କିନ୍ତୁ ପ୍ରକୃତରେ ଏହି ଠିକାଦାର ମାନେ କୌଣସି କାର୍ଯ୍ୟ ସଠିକ ସମୟ ଭିତରେ ସାରିନଥାନ୍ତି। ଠିକାଦାର ନିଜ ସବଲେଟ ଜରିଆରେ କାର୍ଯ୍ୟ କରିଥାନ୍ତି, ଏହି ସବଲେଟ ମାନେ ଧାର୍ଯ୍ୟ ସମୟ ରେ କାମ କରିବାରେ ସକ୍ଷମ ହେଇନଥାନ୍ତି ଫଳରେ ଏବେ ଅନେକ କାମ ଅଧପାନ୍ତରିୟା ହୋଇରହିଛି। କିଛି କାମ ବର୍ତମାନ ଯାଏଁ ଆରମ୍ଭ ମଧ୍ୟ ହେଇନି। ଏମାନଙ୍କ ବିରୋଧରେ ପଦାଧିକାରୀ ମାନେ ମଧ୍ୟ କୌଣସି ପଦକ୍ଷେପ ନେଇପାରୁନାହାନ୍ତି, କାରଣ ଏମାନେ ସମସ୍ତେ ଗୋଟିଏ ଦଳ ର ଏମାନଙ୍କ ପାଇଁ ବଡବଡିଆ ରାଜନେତା ଙ୍କ ଚାପ ମଧ୍ୟ ଆସେ। ଏପରି ସ୍ଥିତି ରେ ସହର ରେ କିପରି ବିକାଶ ହେବ ତାହା ଆଲୋଚ୍ଯ। ଲକ୍ଷ ଲକ୍ଷ ଟଙ୍କା କାମ ଦେବା ପୂର୍ବ ରୁ ଏମାନେ ସେହି କାମ ପାଇଁ ଯୋଗ୍ୟ କି ନାହି ତାହା ଭାବିବାର ଥିଲା, ଏମାନଙ୍କ ପାଖରେ ଆବଶ୍ୟକ ସମ୍ବଳ ଅଛି କି ନାହି ତାହା ମଧ୍ୟ ଚିନ୍ତା କରିବାର ଥିଲା, କିନ୍ତୁ ସବୁ ପ୍ରକାର ନିର୍ଦେଶନାମା ବେଖାତିର କରି କିପରି ଏହିପରି ଲକ୍ଷ ଲକ୍ଷ ଟଙ୍କା ର କାମ ଦେଇଦିଆଯାଉଛି ଏବଂ ଧାର୍ଯ୍ୟ ସମୟରେ କାମ ନ ସାରିଲେ କିପରି ନିଆଯାଉନି କାର୍ଯ୍ୟାନୁଷ୍ଠାନ ତାହା ତଦନ୍ତ ସାପେକ୍ଷ। ପ୍ରତି ଆର୍ଥିକ ବର୍ଷ ର କାର୍ଯ୍ୟ ର ସମୀକ୍ଷା ପାଇଁ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ସମେତ ଅନ୍ୟାନପଦାଧିକାରୀ ମାନେ ମଧ୍ୟ ଆସିଥାନ୍ତି ସେମାନଙ୍କ ଆଗରେ କିପରି ରିପୋର୍ଟ ରଖାଯାଉଛି ତାହା ମଧ୍ୟ ଆଲୋଚ୍ଯ। ପ୍ରତେକ ସମୟରେ କୌଣସି ନା କୌଣସି ବାହନା ଦେଖାଯାଇ ଏମାନଙ୍କୁ କିଛି ମାସ ର ବର୍ଦ୍ଧିତ ସୀମା ଦେଇଦିଆଯାଉଛି। ଏହାପରେ ମଧ୍ୟ କାମ ସାରିବା ଦୂରର କଥା ଆରମ୍ଭ ମଧ୍ୟ ହେଇନଥାଉଛି। ଏମାନଙ୍କ ପାଇଁ ଅନେକ କର୍ମଚାରୀ ଓକିଲାତି ମଧ୍ୟ କରନ୍ତି। ଏଠାରେ ଆଲୋଚ୍ଯ ବିଷୟ ହେଲା ପ୍ରତ୍ଯେକ କାମ ର ଏକ ଧାର୍ଯ୍ୟ ସୀମା ରହିଥାଏ, ଉକ୍ତ ସମୟରେ କାର୍ଯ୍ୟ ସମାପ୍ତ ନହେଲେ ସମ୍ପୃକ୍ତ ଅଧିକାରୀ ଏହାର କଇଫତ ଦେବା ସହ ସମ୍ପୃକ୍ତ ଠିକାଦାର ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା, ହେଲେ ସୋରଡା ଏନ ଏ ସି ରେ କିଛି କାରଣ ଦର୍ଶାଅ ନୋଟିସ ଦିଆଯାଇ ସବୁ ଠିକ ଠାକ କରିଦିଆଯାଏ। । ଏପରି ସ୍ଥିତି ରେ ସହର ର ବିକାଶ ଚିନ୍ତା କରିବା କଷ୍ଟସାଧ୍ୟ। ସବୁଠାରୁ ଆଲୋଚ୍ଯ ହେଲା ଆବଶ୍ୟକ ଆର୍ଥିକ ସମ୍ବଳ ଓ ମେସିନାରୀ ନଥିବା ବ୍ୟକ୍ତି ଙ୍କୁ ଏତେ କାମ ଦେବାର ବା କଣ ଆବଶ୍ୟକତା ରହିଛି। ଯଦି ସମ୍ପୃକ୍ତ ବ୍ୟକ୍ତି ଧାର୍ଯ୍ୟ ସମୟ ରେ କାର୍ଯ୍ୟ ନ ସାରିଲେ ଅନ୍ୟ କାହାକୁ କାମ ଦେବା ରେ କାହିଁକି ଅବହେଳା କରାଯାଉଛି ତାକୁ ନେଇ ଏବେ ଅନେକ ପ୍ରଶ୍ନ। ଏପରି ଆତ୍ମଘୋଷିତ ଅଭିଙ୍ଗ୍ୟ ଠିକ୍କାଦାର ଙ୍କ ହାତ ରେ ସୋରଡା ର ବିକାଶ ର ଭାଗ୍ୟ ବନ୍ଧା ପଡିଛି ଯାହାର ପରିଣାମ ସର୍ବସାଧାରଣ ଭୋଗୁଛନ୍ତି। ସୋରଡା ଏନ ଏ ସି ତରଫରୁ ଯଥା ଶୀଘ୍ର ଏହାର ସମାଧାନ କରାନଗଲେ ସମସ୍ତ ଅଭିଯୋଗ ର ତଦନ୍ତ ପାଇଁ ଜିଲ୍ଲାପାଳ ଓ ରାଜ୍ୟସରକାରଙ୍କ ସହରାଞ୍ଚଳ ଉନ୍ନୟନ ବିଭାଗ ସମେତ,ଯୋଜନା ବୋର୍ଡ କୁ ମଧ୍ୟ ଅବଗତ କରାଯିବ ବୋଲି ବିଜେପି ତରଫରୁ କୁହା ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ