ସୋରଡା ରେ ୧୧ ଜଣ ସଂକ୍ରମିତ

ସୋରଡା, (ରଜନୀ କାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ରେ ଯେପରି ଭାବେ ବର୍ତମାନ କୋରୋନା ସଂକ୍ରମିତ ଙ୍କ ସଂଖ୍ୟା ବଢିବାରେ ଲାଗିଛି ସେହିପରି ସୋରଡା ରେ ମଧ୍ୟ ଏହା ର ସଂକ୍ରମଣ ଦିନ କୁ ଦିନ ବଢିବାରେ ଲାଗିଛି। ଗତ ତିନି ଦିନ ଭିତରେ ସୋରଡା ରେ ସଂକ୍ରମଣ ସଂଖ୍ୟା ବୃଦ୍ଧିପାଇ ୧୧ ରେ ପହଞ୍ଚିଛି। ତିନିଦିନ ଭିତରେ ଲଗାତାର କୋରୋନା ସଂକ୍ରମଣ ଙ୍କ ସଂଖ୍ୟା ଅଞ୍ଚଳରେ ଚିନ୍ତା ବଢାଇଛି। ୧୭ ତାରିଖ ଟେଷ୍ଟିଙ୍ଗ ରେ ସୋରୋଡା ରୁ ୪ ଜଣ ସଂକ୍ରମିତ ବାହାରିଥିବା ବେଳେ ସେଥିମଧ୍ୟରୁ ଜଣେ କୋରୋନା ଯୋଦ୍ଧା ଥିଲେ ଏବଂ ୩ ଜଣ ଲୋକାଲ ଥିଲେ। ପରେ ୧୯ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ସୋରଡା ରେ ପୁଣିଥରେ ୫ ଜଣ ସଂକ୍ରମିତ ହେଇଥିବା ସୂଚନା ଦେଇଥିଲେ ଯେଉଁଥିରେ ଜଣେ ସ୍ଥାନୀୟ ଥିବା ବେଳେ ଅନ୍ୟ ୪ ଜଣ ପ୍ରବାସୀ ରହିଥିଲେ। ଆଜି ପୁଣିଥରେ ଜିଲ୍ଲାପାଳ ଙ୍କ ସୂଚନା ପ୍ରକାରେ ସୋରଡା ରେ ୨ ଜଣ ସଂକ୍ରମିତ ଥିବା ସୂଚନା ମିଳିଛି ଯେଉଁଥିରେ ଦୁଇ ଜଣ ଯାକ କୋରୋନ ସଂକ୍ରମିତ ଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଇଛି। କିନ୍ତୁ ବର୍ତମାନ ସମସ୍ତ ସଂକ୍ରମିତ ଙ୍କ ସମ୍ପର୍କରେ କୌଣସି ସୂଚନା ସ୍ଥାନୀୟ ପ୍ରଶାସନ ହେଊ କିମ୍ବା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିନାହି। ସୋରଡା ରେ କୌଣସି ଅଞ୍ଚଳ କୁ ନିଷେଧଞ୍ଚଳ ଘୋଷଣା କରାଯାଇ ନାହି। ଫଳରେ ସମସ୍ତେ ସଙ୍ଗରୋଧ କେନ୍ଦ୍ର ରୁ ବାହାରିଥିବା କୁହାଯାଉଛି। ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ସଂକ୍ରମିତ ଙ୍କ ସମ୍ପର୍କରେ ତଥ୍ୟ ଦେବା ପାଇଁ ଅଞ୍ଚଳ ବସି ଦାବି କରୁଛନ୍ତି ଯାହାଫଳରେ ସମସ୍ତେ ଏ ନେଇ ସତର୍କତା ଅବଲମ୍ବନ କରିପାରିବେ। ବର୍ତମାନ ଯାଏଁ କୌଣସି ଜାଗାରେ ନିଷେଧଞ୍ଚଳ ଘୋଷଣା କରାନଯିବା ସାମାନ୍ୟ ଆଶ୍ଵସ୍ତି ଦେଇଥିବା ବେଳେ ଏଠାରେ ବର୍ତମାନ ଯାଏଁ ଗୋଷ୍ଠୀ ସଂକ୍ରମଣ ହେଇନଥିବା ପ୍ରାୟତଃ ନିଶ୍ଚିତ ଅଟେ। କିନ୍ତୁ ଅଞ୍ଚଳବାସୀ ଙ୍କୁ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଏକ ମାତ୍ର ଉପାୟ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ