ସୋରଡା ସ୍ଥିତି ସଙ୍ଗିନ ହେଲାଣି, ୨୮ରେ ପହଞ୍ଚିଲାଣି ସଂକ୍ରମଣ ସଂଖ୍ୟା, ଏନଏସିରୁ ଆଉ ଗୋଟିଏ ପଜିଟିଭ ଚିହ୍ନଟ

ସୋରଡା, (ରଜନୀକାନ୍ତ ମହାପାତ୍ର): ଗଞ୍ଜାମ ଜିଲ୍ଲା ରେ କୋରୋନା ସଂକ୍ରମଣ ସଂଖ୍ୟା ବ୍ୟାପକ ଭାବେ ବଢିଥିବା ବେଳେ ଆଜି ଗୋଟିଏ ଦିନ ରେ ୨୮୩ ଜଣ ପଜିଟିଭ ଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ସେଥିମଧ୍ୟରେ ସବୁଠାରୁ ଅଧିକ ସଂକ୍ରମଣ ସାନଖେମୁଣ୍ଡି ରେ ୩୩ ଜଣ ରହିଥିବା ବେଳେ ଜିଲ୍ଲାର ପ୍ରାୟ ସବୁ ଅଞ୍ଚଳରୁ ବର୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଲାଣି। ଗଞ୍ଜାମ ଜିଲ୍ଲାପାଳଙ୍କ ଟ୍ବିଟରରୁ ମିଳିଥିବା ସୂଚନା ପ୍ରକାରେ ସୋରଡାରେ ଆଜି ଆଉ ୯ ଜଣ ସଂକ୍ରମଣ ଥିବା ଜଣା ପଡିଛି ଏହାକୁ ମିଶାଇ ସୋରଡା ର ବର୍ତମାନ କୋରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨୮ ରେ ପହଞ୍ଚିଲାଣି। ୨୮ ଜଣ ଙ୍କ ଆକ୍ରାନ୍ତ ଙ୍କ ମଧ୍ୟ ରେ ସୋରଡା ଏନ ଏ ସି ର ପୂର୍ବ ରୁ ୨ଜଣ ସଂକ୍ରମିତ ଥିବା ବେଳେ ଆଜି ଆଉ ଜଣେ ଚିହ୍ନଟ ହେଇଛନ୍ତି। ତେବେ ଏନ ଏ ସି ରେ ଚିହ୍ନଟ ହେଇଥିବା ବ୍ୟକ୍ତି ଜଣଙ୍କ ସାରୁଆ ସାହି ର ବୋଲି ଜଣା ପଡିଛି। ପୂର୍ବରୁ ଏହି ସାହି ନିକଷ୍ଟସ୍ଥ ରଘୁନାଥ ମନ୍ଦିର ଓ ବାଙ୍କବଜାର ଛକ ରୁ ଦୁଇ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହେଇଥିଲେ। ସେଥିମଧ୍ୟରେ ଜଣେ ପୁରୁଣା ଔଷଧ ବ୍ୟବସାୟୀ ସହ ଆଉ ଜଣେ ବହୁବିଧ ସାମଗ୍ରୀ ବ୍ୟବସାୟୀ ଥିଲେ ଯାହାଙ୍କ ଘର ଆଡପମଣ୍ଡପ ରେ ଅଟେ। ସ୍ଥାନୀୟ ପ୍ରଶାସନ ତରଫରୁ ରଘୁନାଥ ମନ୍ଦିର ଓ ବାଙ୍କ ବଜାର କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ବେଳେ ଆଡପମଣ୍ଡପ ବଫର ଜୋନ ଥିଲା କିନ୍ତୁ ପରେ ପ୍ରଶାସନ ର ଏ ନେଇ ଦ୍ରୁଷ୍ଟି ଆକର୍ଷଣ କଲାପରେ ଜିଲ୍ଲାପାଳ ଙ୍କ ସୋରଡା ଗସ୍ତ ପୂର୍ବ ରୁ ଆଡପମଣ୍ଡପ କୁ ବେରିକେଟ ରେ ରଖାଗଲା। ଗତ କାଲୀ ସୋରଡା ବ୍ଲକ ର ବଡଗଡ ଗ୍ରାମ ରେ ମଧ୍ୟ ଦୁଇ ପଜିଟିଭ ଚିହ୍ନଟ ପରେ ସୋରଡା ତହସିଲଦାର,ବିଡିଓ ଓ ବଡଗଡ ଥାନା ଅଧିକାରୀ ପହଞ୍ଚି ଦୁଇ ଜାଗା କୁ କଣ୍ଟେନମେଣ୍ଟ କରିଛନ୍ତି। ବଡଗଡ ଗ୍ରାମ ର ଝୁମ୍ପୁରି ସାହି ଓ କୁମ୍ଭାର ସାହି କୁ ବେରିକେଟ କରାଯାଇ ଲୋକ ମାନଙ୍କ ଯିବାଆସିବା ରେ ପ୍ରତିବନ୍ଧକ ଲଗାଯାଇଛି। ଏପଟେ ସୋରଡା ଏନ ଏ ସି ରେ ଆଉ ଜଣେ ଆକ୍ରାନ୍ତହେବା ପରେ ସହର ରେ ସଂଖ୍ୟା ୦୩ ରେ ପହଞ୍ଚିଥିବା ବେଳେ ସରକାରୀ ଭାବେ ଘୋଷଣା କରାଯାଇ ନାହି । ଗଞ୍ଜାମ ଜିଲ୍ଲାପାଳ ଙ୍କ ସୂଚନା ପ୍ରକାରେ ସୋରଡା ରେ ପ୍ରଥମ ସଂକ୍ରମଣ ଜୁନ୧୭ ତାରିଖରେ ଦେଖାଦେଇଥିଲା ଯେଉଁଠି ୦୧ ଜଣ କୋରୋନା ଯୋଦ୍ଧା ଥିବା ବେଳେ ୦୩ ଜଣ ଲୋକାଲ ଥିଲେ, ୧୯ ଜୁନ ରେ ବାହାର ରାଜ୍ୟ ସଂସ୍ପର୍ଶରେ ଆସି ୪ ଜଣ ଆକ୍ରାନ୍ତ ହେଇଥିବା ବେଳେ ୦୧ ଲୋକାଲ ଥିଲା, ୨୦ ଜୁନ ରେ ୦୨ ଜଣ , ୨୩ ଜୁନ ରେ ୦୧ କୋରୋନା ଯୋଦ୍ଧା ଓ ୦୧ ଲୋକାଲ, ୨୪ ଜୁନ ରେ ୦୧ ଜଣ , ୨୫ ଜୁନ ରେ ବାହାର ରାଜ୍ୟ ସଂସ୍ପର୍ଶରେ ଆସି ୦୧ ଜଣ, ୨୮ ଜୁନ ରେ ୦୨ ଜଣ, ୩୦ ଜୁନ ରେ ୦୨ ଜଣ ଓ ୦୨ ଜୁଲାଇ ରେ ୦୯ ଜଣ ସଂକ୍ରମିତ ହେଇଥିବା ସୂଚନା ମିଳିଛି ଯେଉଁଥିରେ ୦୨ ଜଣ କୋରୋନା ଯୋଦ୍ଧା ଥିବା ବେଳେ ୦୭ ଜଣ ଲୋକାଲ କୋନ୍ଟାକ୍ଟ ରହିଛନ୍ତି। ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ହେଲା ପ୍ରଶାସନ ତରଫରୁ ସଂକ୍ରମିତ ବ୍ୟକ୍ତି କେଉଁ ଅଞ୍ଚଳ ର ଏ ନେଇ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳୁନି । ତେଣୁ ସଂକ୍ରମଣ ଜଣାପଡିବା ପୂର୍ବ ରୁ ଏକପ୍ରକାର ଗୋଷ୍ଠୀ ମୁହା ହେଇ ସାରିଥାଉଛି। ଦ୍ଵିତୀୟ ରେ ସଠିକ ସୂଚନା ନ ମିଳିବା ହେତୁ ଲୋକେ ମଧ୍ୟ ସଚେତନ ହେଇ ପାରୁନାହାନ୍ତି ତେଣୁ ଅନେକ ଗଣମାଧ୍ୟମରେ ସଂକ୍ରମିତ ଙ୍କ ସଂଖ୍ୟା ରେ ଭିନ୍ନତା ଦେଖିବାକୁ ମିଳୁଛି। କିନ୍ତୁ କୋବିଡ ୧୯ ର ନିର୍ଦେଶନାମା ପ୍ରକାରେ କେବଳ ଜିଲ୍ଲାର ଜଣେ ଜିଲ୍ଲାପାଳ ହିଁ ଏ ନେଇ ସୂଚନା ଦେଇପାରିବେ। ତେଣୁ ଏବେ ଗଣମାଧ୍ୟମ ର ନଜର ଜିଲ୍ଲାପାଳ ଙ୍କ ଟ୍ବିଟର ଉପରେ ରହିଥିବା ବେଳେ ଏଠାରେ କେବଳ ସଂକ୍ରମଣ ସଂଖ୍ୟା ହିଁ ଜଣାପଡୁଛି କିନ୍ତୁ ସଂକ୍ରମଣ ବ୍ୟକ୍ତି କେଉଁ ଅଞ୍ଚଳ ର ତାହା ପ୍ରଶାସନ ର ତପ୍ତରତା ପରେ ହିଁ ଜଣାପଡୁଛି। ବର୍ତମାନ ର ପ୍ରକାଶିତ ସଂଖ୍ୟା ରେ ଆଜି ର ଏନ ଏ ସି ସଂକ୍ରମଣ ନଥିବା ବେଳେ ଏହା କୁ ମିଶାଇଲେ ସୋରଡା ରେ ସଂକ୍ରମିତ ଙ୍କ ସଂଖ୍ୟା ୨୯ ହେବେ ଯାହା ଅଞ୍ଚଳ ବାସି ଙ୍କ ପାଇଁ ଚିନ୍ତା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ