ସୋରଡା 0୮ ୱାର୍ଡର ଅଙ୍ଗନବାଡି କେନ୍ଦ୍ରରେ ଅବ୍ୟବସ୍ଥା

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ସୋରଡା ଏନ ଏ ସି ର ୦୮ ୱାର୍ଡ ର ଅଙ୍ଗନବାଡି କେନ୍ଦ୍ର ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏହି ୱାର୍ଡ ର କାଉନ୍ସିଲ ରଜନୀ କାନ୍ତ ମହାପାତ୍ର। ଏ ସମ୍ପର୍କରେ ସୋରଡା କାର୍ଯ୍ୟନିର୍ବାହୀ ଅଧିକାରୀ,ଗଞ୍ଜାମ ଜିଲ୍ଲାପାଳ ଓ ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଙ୍କୁ ଲିଖିତ ପତ୍ର ମାଧ୍ୟମ ରେ ଜଣାଇଥିବା କହିଛନ୍ତି। ୦୮ ୱାର୍ଡ କାଉନ୍ସିଲର ଙ୍କ କହିବା ପ୍ରକାରେ ସ୍ଥାନୀୟ ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟ ର 0୮ ନମ୍ବର ୱାର୍ଡ ଓ 0୯ ନମ୍ବର ୱାର୍ଡ ର ପାଖାପାଖି ୪0 ରୁ ୪୫ ଜଣ ପିଲା ରହିଛନ୍ତି। ଏହି ସମସ୍ତ ପିଲାଙ୍କ ପାଇଁ ଗୋଟିଏ ଛୋଟ ଗୃହ କରାଯାଇଛି। ଗୃହ ମଧ୍ୟ ରେ ଅଧିକ ରୁ ଅଧିକ ୨୦ ରୁ ୨୫ ଜଣ ବସିଲେ ମଧ୍ୟ ଅଙ୍ଗନବାଡି କର୍ମୀ ଙ୍କ ବସିବା ପାଇଁ ଜାଗା ଟିକେ ନାହି। ଏହା ସତ୍ବେ ମଧ୍ୟ ଠେଲାପେଲା ହୋଇ ୪0 ରୁ ଉର୍ଦ୍ଧ ଏଠାରେ ବସନ୍ତି। ଏହି ଅଙ୍ଗନବାଡି ଗୃହ ରେ ବିଦ୍ୟୁତ ସଂଯୋଗ ଏ ଯାଏଁ ହୋଇନି। ଫଳରେ ବର୍ତମାନ ଯେଉଁ ଭଳି ଖରା ହେଉଛି ସେଥିରେ ବିନା ବିଦ୍ୟୁତ ରେ କେନ୍ଦ୍ର ରେ ସିଝୁ ଛନ୍ତି ପିଲାମାନେ। ନୂତନ ଭାବେ ଗୃହ ଟି ନିର୍ମାଣ ହୋଇଥିଲେ ମଧ୍ୟ ବର୍ଷା ହେଲେ ସେଥିରେ ପାଣି ଗଳୁଛି। ଛାତ ରୁ ପାଣି ଗଳି ସଂପୂର୍ଣ୍ଣ ଗୃହ ରେ ଭରି ହୋଇଯାଉଛି। ପରିଣାମ ସ୍ୱରୂପ ପିଲା ଏଥିରେ ବସିବା କଥା ତହ ଦୂରରେ ଥାଉ ବହି ଖାତା ରହିବା ମଧ୍ୟ ସମ୍ଭବ ହେଉନି। ଗୋଟିଏ ଛୋଟିଆ ଗୃହ ଥିବା ରୁ ଏଠାରେ ବସି ଖାଇବା ମଧ୍ୟ ସୁବିଧା ନାହି। କେମିତି କଣ କରି ଯଦି ଖାଇବାକୁ ଦିଆଯାଏ ତେବେ ମଧ୍ୟ ବିଦ୍ୟୁତ ସଂଯୋଗ ନଥିବା ରୁ ଅସହ୍ୟ ଗୁଳୁଗୁଳି ଯୋଗୁଁ ଏଠାରେ ପିଲାମାନେ ବସି ଖାଇ ପାରୁନାହାନ୍ତି। ଫଳ ରେ ବାଧ୍ୟ ହୋଇ ଅଙ୍ଗନବାଡି କର୍ମୀ ମାନେ ବାରଣ୍ଡା ରେ ପିଲାଙ୍କୁ ଖାଇବାକୁ ଦିଅନ୍ତି। ବାରଣ୍ଡା ପରିବେଶ ମଧ୍ୟ କହିଲେ ନ ସରେ। ବାରଣ୍ଡା ଆଗରେ ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟ ର ପରିଶ୍ରଗାର ଥିବା ଯୋଗୁଁ ପିଲାମାନେ ସେଠାରେ ପରିଶ୍ରା କରିବା ଦ୍ଵାରା କବାଟ ଖୋଲୁଖୋଲୁ ଦୁର୍ଗନ୍ଧ ରେ ନାକ ଫାଟୁଛି। ଏପରି ପରିବେଶ ରେ କେମିତି ରେ ହେଲେ ପିଲାମାନେ ବସି ଖାଇଥାନ୍ତି। ଅଙ୍ଗନବାଡି କେନ୍ଦ୍ର ରେ ଦୁଇଟି ୱାର୍ଡ ର ପିଲାମାନେ ନିର୍ଭର କରୁଥିଲେ ମଧ୍ୟ ଭିଭାଗୀୟ କତୃପକ୍ଷ ଏଥିପ୍ରତି ଦ୍ରୁଷ୍ଟି ଦେଉନହନ୍ତି। ଏପରିକି ସୋରଡା ବ୍ଲକ ସି ଡି ପି ଓ ଦୁଇ ଦୁଇ ଥର ସୋରଡା ଏନ ଏ ସି ସାଧାରଣ ବୈଠକ ରେ ଉପସ୍ଥିତ ଥିଲେ ମଧ୍ୟ ଅଧ୍ୟକ୍ଷ ଙ୍କ ଦ୍ରୁଷ୍ଟି ଆକର୍ଷଣ କରୁନଥିବା ଅଭିଯୋଗ ହେଉଛି। ସୋରଡା ଏନ ଏ ସି ରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ର ର ସୁପରିଚାଳନା ଓ ଆବଶ୍ୟକ ମରାମତି ପାଇଁ ସର୍ଭେ କରାଯାଇ ରିପୋର୍ଟ ପ୍ରସ୍ତୁତ କରିବା ସହ ଏହାର ଉନ୍ନୟନ କ୍ଷେତ୍ର ରେ ପଦକ୍ଷେପ ନେବା ର ଆବଶ୍ୟକତା ରହିଛି। କିନ୍ତୁ ଏହିପରି ଅବହେଳା ପିଲାଙ୍କୁ ଅସ୍ଵାସ୍ଥ୍ୟକର ପରିବେଶ ରେ ରହିବାକୁ ବାଧ୍ୟ କରୁଛି। ଅଙ୍ଗନବାଡି କେନ୍ଦ୍ର ନିକଟ ରେ ଅଳ୍ପ କିଛି ଜାଗା ରହିଛି, କିନ୍ତୁ ତାହା ଗଛ ଲଟା ରେ ଭରି ହେଇଛି। ପରିସ୍ଥିତି ଏପରି ଯେ ଭଙ୍ଗା ଦଦରା କୋଠା ରେ ପିଲାମାନେ ବସୁଛନ୍ତି। ଅଙ୍ଗନବାଡି ଗୃହ ନିକଟରେ ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟ ର ଦୁଇଟି ଗୃହ ସଂପୂର୍ଣ୍ଣ ଅବ୍ୟବହୃତ ହୋଇ ରହିବା ସହ ଜରାଜିର୍ଣ୍ଣ ଅବସ୍ଥା ରେ ରହିଛି, ଏହାକୁ ଯଦି ଭାଙ୍ଗି ଦୁଇଟି ଗୃହ ନିର୍ମାଣ କରାଯାଏ ତେବେ ଅଙ୍ଗନବାଡି କେନ୍ଦ୍ର ର କିଛି ସୁଫଳ ମିଳିପାରନ୍ତା। ଅବ୍ୟବସ୍ଥା ଯୋଗୁଁ ପରିବାର ବର୍ଗ ମଧ୍ୟ କୁନି କୁନି ପିଲାଙ୍କୁ ଏହି କେନ୍ଦ୍ର ଛାଡିବାକୁ ଅମଙ୍ଗ ହେଉଛନ୍ତି। ଆଜି ଏହି ୱାର୍ଡ ର କାଉନ୍ସିଲର ହଠାତ ଏହି କେନ୍ଦ୍ର କୁ ପରିଦର୍ଶନ ରେ ଯାଇଥିବା ବେଳେ ଏହି ପରି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ସବୁଠାରୁ ବଡ କଥା ହେଲା ଏହି ପରି କେନ୍ଦ୍ର ରେ ମଧ୍ୟ ବିଭିନ୍ନ ସଚେତନ କାର୍ଯ୍ୟ,ବୈଠକ ଓ ଟିକାକରଣ କାର୍ଯ୍ୟକ୍ରମ ଚାଲୁଅଛି। ତଥାପି ଏହିପରି ଅବ୍ୟବସ୍ଥା ର ଦୂରୀକରଣ ପାଇଁ କୌଣସି ପଦକ୍ଷେପ ନିଆନଯିବା ଦୁର୍ଭାଗ୍ୟ ଜନକ ବୋଲି ଏଠାକାର କାଉନ୍ସିଲର ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଓ ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଙ୍କୁ ଏହାର ଉନ୍ନତି ପାଇଁ ଆବଶ୍ୟକ ଅନୁଦାନ ଯୋଗାଇ ଦେବା ପାଇଁ ପତ୍ର ମାଧ୍ୟମ ରେ ଜଣାଇଛନ୍ତି ସୋରଡା 0୮ ନମ୍ବର ୱାର୍ଡ ର କାଉନ୍ସିଲର ରଜନୀ କାନ୍ତ ମହାପାତ୍ର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ