ସୋରେନ୍ ମେମୋରିଆଲ ଟ୍ରଷ୍ଟର ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ସୁଯୋଗ୍ୟ ବୀର ସନ୍ତାନ ଶହୀଦ ନୁଦୁରାମ ସୋରେନ୍ ସୀମାରେ ଚାଇନା ସେନାଙ୍କ ସ଼ ଲଢେଇ କରି ବୀରଗତିପ୍ରାପ୍ତ ହୋଇଥିଲେ । ତାଙ୍କରି ସ୍ମୃତିରେ ରାଇରଙ୍ଗପୁର ଅଂଚଳର କିଛି ଦେଶପ୍ରେମୀ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଶିକ୍ଷାବିତ, ଗଣମାଧ୍ୟମ ପ୍ରତିନିଧି ମିଳିମିଶି ସେହିପରି ମହାନ‌ଦେଶଭକ୍ତଙ୍କ ନାମରେ ନୁଦୁରାମ ସୋରେନ୍ ମେମୋରିଆଲ ଟ୍ରଷ୍ଟ ଗଠନ କରିଛନ୍ତି ।ଏହି ସ୍ବେଛାସେବୀ ସଂଗଠନ ତରଫରୁ ଶନିବାର ଦିନ ସଂଧ୍ୟାରେ ସ୍ଥାନୀୟ ପୂର୍ଣଚନ୍ଦ୍ର ଭବନ ପରିସରରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଟ୍ରଷ୍ଟର ମୁଖ୍ୟ ପୁରୋଧା ଯୁବ ସମାଜସେବୀ ମନୋରଞ୍ଜନ ହାଁସଦା ସଭାପତିତ୍ବ କରିଥିଲେ । ବୈଠକରେ ଆସନ୍ତା ଜୁନ ମାସ ୧୬ ତାରିଖ ଦିନ ବୀର ଶହୀଦ ନୁଦୁରାମ ସୋରେନ ଙ୍କ ଗୋରୁମହିଷାଣୀ ଛକରେ ପ୍ରତିମୂର୍ତ୍ତୀ ସ୍ଥାପନା ହେବ ।ଏହି କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଓ ନେତୃମଣ୍ଡଳୀ ଯୋଗଦେବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସେହିଭଳି ନୁଦୁରାମ ସୋରେନଙ୍କ ନାମରେ ନୁଦୁରାମ ସୋରେନ୍ ମାର୍ଗ ନାମରେ ନାମିତ ପାଇଁ ପାଇଁ ରାଜ୍ୟ ସରକାରଙ୍କ ଠାରେ ଲିଖିତ ଅନୁରୋଧ କରାଯିବ । ନୁଦୁରାମ ସୋରେନ ଟ୍ରଷ୍ଟ ତରଫରୁ ଶହୀଦଙ୍କ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା ଓ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଟ୍ରଷ୍ଟ ତରଫରୁ ବୃକ୍ଷରୋପଣ, ରକ୍ତଦାନ,ଫୁଟବଲ ଟୁର୍ଣ୍ଣାମେଣ୍ଟ, ଚିତ୍ରାଙ୍କନ, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ସହ ବହୁ ସମାଜସେବା କାର୍ଯ୍ୟକ୍ରମ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ।ତଦସହ ଗରୀବ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ା ପାଇଁ କିଛି ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ବୈଠକରେ ସିଦ୍ଧାନ୍ତ ନିଆଯାଇଥିଲା । କାର୍ଯ୍ୟକ୍ରମରେ ମନୋରଞ୍ଜନ ହାଁସଦା ଙ୍କ ସମେତ ଶିକ୍ଷାବିତ ଡଃ ପ୍ରମୋଦ ମହାନ୍ତ, ମହେନ୍ଦ୍ର ମହାନ୍ତ,ଗଣେଶ ମିଶ୍ର,ସମାନ ମାଝୀ,ମଙ୍ଗଲ ସିଂ,ବିଜୟ ରାମ, ଧର୍ମପଦ ମହାନ୍ତ, ବିକାଶ ମହାନ୍ତ ଙ୍କ ସମେତ ଟ୍ରଷ୍ଟର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ