ସୋରଡ଼ା ବ୍ଲକ ସ୍ତରୀୟ ଉପଦେଷ୍ଟା କମିଟି ବୈଠକ
ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ଆଜି ସକାଳ 11 ଘଣ୍ଟା ସମୟରେ ସୋରଡ଼ା ପଂଚାୟତ ସମିତି ସଭାଗୃହ ମଧ୍ୟରେ ସରକାରଙ୍କ କୋଭିଡ ନିୟମକୁ କଡାକଡ଼ି ରୂପେ ପାଳନ କରାଯାଇ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଭାଗ-2 ର ସୋରଡ଼ା ବ୍ଳକ୍ ସ୍ତରୀୟ ଉପଦେଷ୍ଟା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଲକ ଉପଦେଷ୍ଟା କମିଟି ସଭାପତି ସୀମାଞ୍ଚଳ ମଣ୍ଡଳଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ କେନ୍ଦ୍ରୀୟ, ବଡ଼ଗଡ଼ ଓ ସୋରଡ଼ା ବନାଞ୍ଚଳର ସମସ୍ତ କର୍ମଚାରୀ ଯୋଗ ଦେଇ ତିନିଗୋଟି ବନାଞ୍ଚଳର ସମ୍ପାଦିତ ହୋଇଥିବା ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ- 2 ର ବିଭିନ୍ନ ସାମୁହିକ ଊନ୍ନତି କାର୍ଯ୍ୟ ବିଷୟରେ ସମୀକ୍ଷା କରିଥିଲେ I ଏହି ଅବସରରେ କୋଭିଡ ଦ୍ଵିତୀୟ ଲହରୀରେ ସୁରକ୍ଷା ଆଢୁଆଳରେ ରହି ସମସ୍ତ ସାମୁହିକ ବିକାଶ କାର୍ଯ୍ୟକ୍ରମ ସମ୍ପାଦନ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମଣ୍ଡଳ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି କାର୍ଯ୍ୟକ୍ରମ ଏକ ମାତ୍ର ମାଧ୍ୟମ ବୋଲି ମତ ପ୍ରକାଶ କରିଥିଲେ I ସାମ୍ପ୍ରତିକ ସ୍ଥିତିରେ ପ୍ରଭୁ ଜଗନ୍ନାଥ ବିଶ୍ଵର ମଙ୍ଗଳ କରନ୍ତୁ ବାର୍ତ୍ତାକୁ ଗୁଞ୍ଜରଣ କରି ସଭାପତିଙ୍କ ଅନୁମତି କ୍ରମେ ସଭା କାର୍ଯ୍ୟ ସାଙ୍ଗ କରା ଯାଇଥିଲା I