ସୋସିଆଲ୍‌ ମିଡିଆ ଛାଡିବା ଘଟଣା ଉପରୁ ପରଦା ଉଠାଇଲେ ମୋଦି

ନୂଆଦିଲ୍ଲୀ : ଗତକାଲି ସୋସିଆଲ ମିଡିଆ ଛାଡିବା ନେଇ ଘୋଷଣା କରିବା ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ରାତି ୯ ଟା ସମୟରେ ମୋଦି ଏହି ଟ୍ବିଟ୍‌ କରିଥିଲେ । ଆସନ୍ତା ରବିବାର ସମସ୍ତ ସୋସିଆଲ ମିଡିଆରୁ ଦୂରେଇ ରହିବା ପାଇଁ ମୋଦି ଘୋଷଣା କରିଥିଲେ । ଏହାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ଆଶଙ୍କା ଦେଖାଯାଇଥିଲା । ବିଭିନ୍ନ ବ୍ୟବହାରକାରୀ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ପରେ ମଙ୍ଗଳବାର ଦିନ ମୋଦି ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି । ଆସନ୍ତା ରବିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗୋଟିଏ ଦିନ ପାଇଁ ସୋସିଆଲ ମିଡିଆରୁ ଦୂରେଇ ରହିବାର ନିଷ୍ପତ୍ତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ