ସୋସିଆଲ୍ ମିଡିଆରେ ଛାଇଲା କୁନି ଝିଅର “ଗ୍ରାଉଣ୍ଡ୍ ରିପୋର୍ଟ’
ହରିଆଣାର ଏକ କୁନି ଝିଅ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପ୍ରବଳ ବର୍ଷା ହେବା ପରେ ରାଜ୍ୟର କୁରୁକ୍ଷେତ୍ର ଅଞ୍ଚଳରେ ପାଣି ଜମି ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ କୁନି ଝିଅ ସେହି ପରିସ୍ଥିତିକୁ ନେଇ “ଗ୍ରାଉଣ୍ଡ୍ ରିପୋର୍ଟ’ କରି ଚର୍ଚ୍ଚା ପାଲଟିବାରେ ଲାଗିଛି । କୁନି ଝିଅଟି ରିପୋର୍ଟିଂ କରୁଥିବାବେଳେ ଜଣେ ପଡ଼ୋଶୀ ଏହାକୁ ସୁଟିଂ କରି ମାଇକ୍ରୋବ୍ଲଗିଂ ସାଇଟ୍ରେ ଅପ୍ଲୋଡ କରିବା ପରେ ଏହି ଭିଡିଓଟି ଏବେ ଭାଇରାଲ୍ ହେବାରେ ଲାଗିଛି । ଝିଅଟି ହିନ୍ଦୀରେ ରିପୋର୍ଟିଂ କରୁଥିବାର ଶୁଣିବାକୁ ମିଳିଛି । ସେ ପାଣି ଭିତରେ ପଶି ଚାଲି ଚାଲି ଏକଦମ ରିପୋର୍ଟରଙ୍କ ଶୈଳୀରେ ସୂଚନା ପ୍ରଦାନ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓଟି ଏବେ ଟ୍ୱିଟର୍ରୁ ଫେସ୍ବୁକ୍ ଓ ହ୍ୱାଟ୍ସଆପ ଆଦି ଚାରିଆଡ଼େ ବ୍ୟାପିବାରେ ଲାଗିଛି । ଏହି ଭିଡିଓକୁ ବହୁ ଗ୍ରହଣୀୟତା ମିଳିଚାଲିଛି ।


