ସୋସିଆଲ ଗଣମାଧ୍ୟମ ଓ ସାଇବର କ୍ରାଇମ୍ ଶୀର୍ଷକ ଏକ ଆଲୋଚନାଚକ୍ର
ପୁରୀ (ଯୁଗାବ୍ଦ ନ୍ୟୁଜ୍): ଇନର ହୁଇଲ କ୍ଲବ୍ ତରଫରୁ ସ୍ୱସ୍ତିକମଣ୍ଡପଠାରେ ଶନିବାର ସୋସିଆଲ ଗଣମାଧ୍ୟମ ଓ ସାଇବର କ୍ରାଇମ୍ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଇନର ହୁଇଲ ଅଧ୍ୟକ୍ଷା କ୍ରୀଷ୍ନା ମହାନ୍ତି ଆଲୋଚନାଚକ୍ରକୁ ଉଦ୍ଘାଟନ କରିଥିଲେ । ଶିଶୁ କଲ୍ୟାଣ ମଙ୍ଗଳ ବିଭାଗ ସଦସ୍ୟା ରାଜଲକ୍ଷ୍ମୀ ଦାସ, ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ଓ ସାଇବର ସେଲ୍ ଡିଏସ୍ପି ବିଜୟଲକ୍ଷ୍ମୀ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସୋସିଆଲ ଗଣମାଧ୍ୟମ ଓ ସାଇବର କ୍ରାଇମ୍ ଉପରେ ଆଲୋକପାତ କରିଥିଲେ । ଆଜିର ବିଜ୍ଞାନ ଯୁଗରେ ଫେସ୍ବୁକ୍, ୱାଟସ୍ଅପ୍ ଏବଂ ଟିକ୍ଟକ୍ କିଭଳି କୁନି କୁନି ପିଲା ଓ ମହିଳାଙ୍କ ଉପରେ କୁପ୍ରଭାବ ପକାଉଛି ତାହାଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ମଧୁସ୍ୱିତା ତ୍ରିପାଠୀ ଅଧ୍ୟକ୍ଷତା କରିଥିବାବେଳେ ବନ୍ଦନା ରାୟ ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ କ୍ଲବ୍ର ୩୨୬ ସଦସ୍ୟ ଉପସ୍ଥିତ ଥିଲେ ।