ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ମହିଳା ଜିଲ୍ଲା ପରିଷଦଙ୍କ ତୁମୁଳ କାଣ୍ଡ
କଳାହାଣ୍ଡି, (ୱାଇଏନ୍ଏସ୍): ଜିଲ୍ଲା ପରିଷଦ ସଭ୍ୟଙ୍କ ତୁମୁଳ କାଣ୍ଡ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ୨ ନମ୍ୱର୍ ଜୋନର ନିର୍ବାଚିତ ବିଜେପି ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ବିମଳା ବାଗ ପର୍ଲା ଗାଁର ଜଣେ ଅସହାୟ ମହିଳାଙ୍କୁ କିପରି ଗୋଡ଼ାଇ ଗୋଡ଼ାଇ ଚପଲରେ ପିଟିଛନ୍ତି । ଆମେ ବିଜେପି ବାଲା ଆମକୁ କେହି କିଛି କରି ପାରିବେନି କହି ତାଙ୍କର ଉଗ୍ରରୂପ ଧାରଣ କରିଥିଲେ । ଜଣେ ସାଧାରଣ ଲୋକ ନିଜର ଅସୁବିଧା ଜଣାଇଲେ ଏମାନେ ସାହାଯ୍ୟ କରିବେ କଣ ଓଲଟା ମାଡ଼ ମାରୁଛନ୍ତି ଏ ନେତ୍ରୀ ଜଣକ ଯାହା କୁ ପିଟୁଛନ୍ତି ତାଙ୍କର ଜାଗାକୁ ଅକ୍ତିଆର କରିବା ସହ ଘର କରି ନିଜ ପରିବାର ସହ ରହୁଛନ୍ତି ଜାଗା ସହ ଘର ଛାଡ଼ିବାକୁ କହିବାରୁ ତାଙ୍କୁ ସେ ନିଜେ ଓ ତାଙ୍କ ପରିବାରର ସମସ୍ତ ମିଶି ମାଡ଼ ମାରୁଥିବା ଭିଡ଼ଇଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି ।


