ସୋସିଆଲ ମିଡିଆରେ ନିର୍ବାଚନ ପ୍ରଚାର କରି ଶିକ୍ଷକ ନିଳମ୍ବିତ

ଛତ୍ରପୁର (ଯୁଗାବ୍ଦ ନୁୃ୍ୟଜ) : ନିର୍ବାଚନ ପାଇଁ ଆଚରଣ ବିଧି ଉଲ୍ଲଂଘନ କଲେ କଡାକଡି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହ ଏହା ଏକ ଗ୍ରହିତ ଅପରାଧ । ଏହା ସହ ସରକାରୀ କର୍ମଚାରୀ ମାନଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ତାଗିତ କରାଯାଇଥିଲା । କିନ୍ତୁ ଜଣେ ଶିକ୍ଷକ ସୋସିଆଲ ମିଡିଆରେ ଆଚରଣ ବିଧି ଉଲଂଘନ କରିଥିବାରୁ ତାଙ୍କୁ ଶିକ୍ଷକ ପଦରୁ ନିଳମ୍ବିତ କରାଯାଇଛି । ଶିକ୍ଷକ ଜଣକ  ଗୋଟିଏ ରାଜନୈତିକ ଦଳର ପ୍ରଚାର କରୁଥିବା ସୋସିଆଲ ମିଡିଆରେ  ସୁଚନା ମିଳିଛି । ଏହା ସହ ଶିକ୍ଷକ ଜଣକଙ୍କୁ ଛତ୍ରପୁର ଉପଜିଲ୍ଲାପାଳଙ୍କ ନଜରରେ ରହିବାକୁ କୁହାଯାଉଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଆଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କୈଳାଶ ପତି ଦାସ ସୋସିଆଲ ମିଡିଆ ମାଧ୍ୟମରେ ନିର୍ବାଚନ ଆଚରଣ ବିଧି ଉଲ୍ଳଘଂନ କରିଥିବାରୁ ତାଙ୍କୁ ଶିକ୍ଷକ ପଦରୁ ନିଳମ୍ବିତ କରିବା ସହ ଛତ୍ରପୁର ଜିଲ୍ଲାପାଳ ନିର୍ବାଚନ ଅଧିକାରୀ , ବିଶ୍ୱସ୍ଥ ସୁତ୍ରରୁ ଅବଗତ ହୋଇଥିଲେ । ଶିକ୍ଷକଙ୍କ ଫେସବୁକ ଆକାଉଣ୍ଟ ଯାଞ୍ଚ ସମୟରେ ସତ୍ୟତା ପ୍ରମାଣିତ ହୋଇଥିଲା । ଶିକ୍ଷକଙ୍କୁ ପ୍ରତ୍ୟହ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଭେଟି ବାକୁ ନିର୍ଦେଶ ଦିଆଯାଇଛି । ଏହା ସହ ଯଦି ଆଉ କୈାଣସି କର୍ମଚାରୀ ନିର୍ବାଚନ ଆଚରଣ ବିଧି ଉଲଂଘନ କରନ୍ତି ତେବେ ସେମାନଙ୍କ ବିରୋଦ୍ଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ତରଫରୁ ସତର୍କ କରିଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ