ସୋସିଆଲ ମିଡିଆ ଆଧାର ଲିଙ୍କ ହେବ କି?
ନୂଆଦିଲ୍ଲୀ: ସୋସିଆଲ ମିଡିଆକୁ ଆଧାର ଲିଙ୍କ କରିବାକୁ ଆବେଦନ ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ତଲବ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୪ ମଧ୍ୟରେ ଏନେଇ ଜବାବ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୋସିଆଲ ମିଡିଆ ଅପବ୍ୟବହାରକୁ ରୋକିବା ନେଇ ଆଇନ ସମ୍ପର୍କରେ କୋର୍ଟ ନୋଟିସ କରିଛନ୍ତି । ଅପବ୍ୟବହାର ନେଇ କିଛି ଆଇନ କରାଯିବ କି ବୋଲି କୋର୍ଟ ଉକ୍ତ ନୋଟିସରେ ଉଲ୍ଲେଖ କରିଛନ୍ତି । ପ୍ରକାଶ ଯେ, ସୋସିଆଲ ମିଡିଆର ଅପବ୍ୟବହାର ହେଉଥିବା ନେଇ ଆବେଦନ ଥିଲା । ଏନେଇ ସୋସିଆଲ ମିଡିଆ ସହ ଆଧାର ଲିଙ୍କ କରାଯିବାକୁ ଆବେଦନ ହୋଇଥିଲା ।