ସୋସିଆଲ ମିଡ଼ିଆରେ ପଥଭ୍ରଷ୍ଟ ଯୁବସମାଜ

ବହୁବର୍ଷ ପୂର୍ବରୁ ରାଜ୍ୟ ରାଜ୍ୟ ମଧ୍ୟରେ ଖବର ଜାଣିବା ଓ ସମ୍ପର୍କ ରକ୍ଷା ପାଇଁ ପାରା ମାଧ୍ୟମରେ ସନ୍ଦେଶ ପ୍ରେରଣ କରାଯାଉଥିଲା । ଗୋଟିଏ ରାଜ୍ୟର ରାଜା ଅନ୍ୟ ରାଜ୍ୟର ରାଜାଙ୍କ ନିକଟକୁ ସନ୍ଦେଶ ପ୍ରେରଣ ପାଇଁ ପାରା ବେକରେ ବା ଗୋଡ଼ରେ ଚିଠିଟିଏ ଝୁଲାଇ ଦେଇ ପ୍ରେରଣ କରୁଥିଲେ । ଏଥିପାଇଁ ପାରାଟିକୁ ସ୍ୱତନ୍ତ୍ର ତାଲିମ୍ ଦିଆଯାଉଥିଲା ଓ ପାରାଟି ଉଡ଼ି ଉଡ଼ି ଯାଇ ଅନ୍ୟ ରାଜ୍ୟର ରାଜ ଦରବାରରେ ପହଞ୍ଚିଯାଇ ସନ୍ଦେଶ ପ୍ରଦାନ କରୁଥିଲା । କାଳକ୍ରମେ ଏହାର ପରିବର୍ତ୍ତନ ଘଟି ଇନ୍ଲାଣ୍ଡ ଲେଟର ଓ ଲଫାଫାର ପ୍ରଚଳନ ହେଲା । ସାଧାରଣ ଲୋକମାନେ ନିଜ ସାଙ୍ଗ, ସାଥୀ, ଭାଇ, ବନ୍ଧୁ, କୁଟୁମ୍ବମାନଙ୍କ ମଧ୍ୟରେ ସମ୍ପର୍କ ରକ୍ଷା ପାଇଁ ତଥା ସେମାନଙ୍କ ଭଲ ମନ୍ଦ ବୁଝିବା ପାଇଁ ଇନ୍ଲାଣ୍ଡ ଲେଟର ଓ ଲଫାଫା ମାଧ୍ୟମରେ ଚିଠି ପ୍ରେରଣ କରୁଥିଲେ । ଜଣେ ଲୋକ ବାହାର ରାଜ୍ୟରେ ଚାକିରୀ କରିଥିଲେ ନିଜର ଘରର ଖବର ତଥା ବାପା, ମାଆ, ଭାଇ, ଭଉଣୀଙ୍କ ଭଲମନ୍ଦ ବୁଝିବା ପାଇଁ ଏହି ଲଫାଫା ବା ଇନ୍ଲାଣ୍ଡ ଲେଟର ଦ୍ୱାରା ନିଜ ଘରକୁ ଚିଠି ପଠାଉଥିଲେ ଯାହାକୁ ଘରେ ପାଇବା ପାଇଁ ୧୫ ଦିନ ଅପେକ୍ଷା କରିବାକୁ ପଡୁଥିଲା । ଏହାର କିଛିବର୍ଷ ପରେ ତ୍ୱରିତ ସନ୍ଦେଶ ପ୍ରେରଣ ପାଇଁ ଉଦ୍ଭାବନ ହେଲା ଟେଲିଗ୍ରାଫ୍, ଟେଲିଫୋନ୍, ଟେଲିଭିଜନ, କୋରିଅର ଓ ଫାକ୍ସ ଯାହା ଇନ୍ଲାଣ୍ଡ ଲେଟର ଓ ଲଫାଫା ଠାରୁ ଶୀଘ୍ର ସନ୍ଦେଶ ପହଞ୍ଚିପାରୁଥିଲା । ଲୋକମାନେ ତୁରନ୍ତ ସନ୍ଦେଶ ପଠାଇବା ପାଇଁ ଟେଲିଗ୍ରାଫ୍ ଓ କୋରିଅର ବ୍ୟବହାର କରୁଥିଲେ, ଟେଲିଫୋନ୍ ମାଧ୍ୟମରେ ଜଣେ ଅନ୍ୟଜଣଙ୍କ ସହିତ ସିଧାସଳଖ ଯୋଗାଯୋଗ କରିପାରୁଥିଲେ ଏବଂ ଟେଲିଭିଜନ ମାଧ୍ୟମରେ ଲୋକମାନେ ଦେଶ ବିଦେଶର ଖରବ ଜାଣିପାରୁଥିଲେ ଓ ଦେଖିପାରୁଥିଲେ ।
ସମୟର ପରିବର୍ତ୍ତନ ସହିତ ସମାଜର ମଧ୍ୟ ପରିବର୍ତ୍ତନ ଘଟିଲା ଓ ଇନ୍ଲାଣ୍ଡ ଲେଟର, ଲଫାଫା, ଟେଲିଗ୍ରାଫ, ଟେଲିଫୋନ ଓ କୋରିଅର ପରେ ମୋବାଇଲ୍ର ଉଦ୍ଭାବନ ହେଲା ଓ ଧୀରେ ଧୀରେ ଏହି ଇନ୍ଲାଣ୍ଡ ଲେଟର, ଲଫାଫା, ଟେଲିଗ୍ରାଫ୍, ଫାକ୍ସ ଓ ଟେଲିଫୋନ୍ର ବ୍ୟବହାର ବନ୍ଦ ହାଇଗଲାଣି । ଯଦିଓ ଏବେ ଖୁବ୍ କମ୍ ସ୍ଥାନରେ ଟେଲିଗ୍ରାଫ ଓ କୋରିଅର ପ୍ରଚଳନ ହେଉଛି କିନ୍ତୁ ଲଫାଫା ଓ ଇନ୍ଲାଣ୍ଡ ଲେଟରର ବ୍ୟବହାର ସମ୍ପୂର୍ଣ୍ଣ ଲୋପ ପାଇଗଲାଣି । ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ମୋବାଇଲ୍ ଏକ ପ୍ରମୁଖ ସ୍ଥାନ ହାସଲ କରିଛି । ଛୋଟ ଠାରୁ ଆରମ୍ଭ କରି ବୃଦ୍ଧ, ବୃଦ୍ଧାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଏକାଧିକ ମୋବାଇଲ୍ । ଲୋକଙ୍କର ବହୁ ମୂଲ୍ୟବାନ ସମୟ ମୋବାଇଲ୍ ବ୍ୟବହାରରେ କଟୁଛି । ଏହି ମୋବାଇଲ୍ ସାଧାରଣ ଲୋକଙ୍କୁ ଏମିତି ପାଗଳ କରିଦେଇଛି ଯେ, କିଏ ଶ୍ରେଣୀ ଗୃହରେ ଗେମ୍ ଖେଳୁଛି ତ କିଏ ପାର୍କରେ ବସି ସାଙ୍ଗମାନଙ୍କ ସହିତ ଚଳଚ୍ଚିତ୍ର ଦେଖୁଛି ତ ଆଉ କେହି କେହି ରାସ୍ତା କଡ଼ରେ ଛିଡ଼ାହୋଇ କ୍ରିକେଟ ଖେଳର ମଜା ନେଉଛି ତ ଆଉ କେହି କେହି ଖାଇବା ସମୟରେ ହ୍ୟାଲୋ ମୁଁ ବର୍ତ୍ତମାନ ଖାଇବସିଛି ପରେ କଥା ହେବି । ଏପରିକି ୪/୫ ମାସର ଛୋଟ ଶିଶୁଟିଏ କାନ୍ଦି ଉଠିଲେ ମାଆ ତାର ସଙ୍ଗେ ସଙ୍ଗେ ମୋବାଇଲ୍ରେ କାର୍ଟୁନ ଦେଖେଇ ଶିଶୁଟିର କାନ୍ଦ ବନ୍ଦ କରିଦେଉଛି । ଯଦିଓ ମୋବାଇଲ୍ ବ୍ୟବହାର ଫଳରେ ଯୁବପୀଢି କିଛି ସୁଫଳ ପାଇ ପାରୁଛନ୍ତି ଓ ଦେଶ ବିଦେଶର ଖବର ଜାଣିପାରୁଛନ୍ତି, କିନ୍ତୁ ମୋବାଇଲ୍ର ଅପବ୍ୟବହାର କ୍ଷେତ୍ରରେ ଏହା ଯୁବପୀଢିକୁ ବିପଥଗାମୀକୁ ଠେଲି ଦେଇଛି । ମୋବାଇଲ୍ର ବହୁଳ ବ୍ୟବହାରରେ ଆଜି ଯୁବ ସମାଜ ପଥଭ୍ରଷ୍ଟ । ବିଶେଷକରି ଯୁବପିଢୀ ମୋବାଇଲ୍ରେ ବିଭିନ୍ନ ଅଶ୍ଲିଳ ଚଳଚ୍ଚିତ୍ର ଓ ଅପରାଧିକ ଧାରାବାହିକ ଦେଖି ଭିଆଉଛନ୍ତି ନାରକିୟ କାଣ୍ଡ । ଫଳରେ ସମାଜରେ ବଢି•ଲିଛି େ•ରି, ଡ଼କାୟତି, ହତ୍ୟା, ଧର୍ଷଣ ଓ ଲୁଟ୍ । ଅଧିକାଂଶ ଧର୍ଷଣ, େ•ରୀ ଓ ହତ୍ୟା ଘଟଣାରେ ଯୁବପୀଢି ହିଁ ସମ୍ପୃକ୍ତ । ଏମାନେ କିଛି ସାଙ୍ଗ ମିଶି ଯୋଜନା ପ୍ରସ୍ତୁତ କରିଥାନ୍ତି ଏବଂ ରାସ୍ତାରେ ଏକୁଟିଆ ଯାଉଥିବା ଛାତ୍ରୀ, ଯୁବତୀ ଓ ମହିଳାଙ୍କୁ ଦୁଷ୍କର୍ମ କରିଥାନ୍ତି । ଶେଷରେ ଧରାପଡ଼ି ଜେଲ୍ ଯାଅନ୍ତି ଏବଂ ନିଜର ସୁନ୍ଦର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇ ଅପରାଧି ସାଜି ଜେଲ୍ ଦଣ୍ଡ ଭୋଗନ୍ତି । ଅନ୍ୟ କ୍ଷେତ୍ରରେ ଦେଖିବାକୁ ଗଲେ ଏହି ଯୁବପୀଢିମାନେ ଦମ୍ପତ୍ତି ଓ ଜନସାଧାରଣଙ୍କୁ ଟାର୍ଗେଟ କରନ୍ତି ଏବଂ ଅନ୍ଧାରିଆ ସ୍ଥାନ ତଥା ନିରୋଳାରେ ସେମାନେ ଦମ୍ପତ୍ତିଙ୍କ ବେକରୁ ଚେନ୍ ଛିଣ୍ଡାନ୍ତି ତ ଆଉ କାହାର ମୋବାଇଲ୍ ଛଡ଼େଇ ନିଅନ୍ତି । ସେହିପରି ବହୁ ଯୁବକ ଓ ଛାତ୍ରମାନେ ମୋବାଇଲ୍ରେ ବିଭିନ୍ନ ପ୍ରକାର ଗେମ୍ ଖେଳିବାକୁ ପସନ୍ଦ କରନ୍ତି ଏବଂ ଅଧିକାଂଶ ସମୟ ସେମାନେ ଏହି ଗେମ୍ ଖେଳି ସମୟ ନଷ୍ଟ କରିଥାନ୍ତି । କିନ୍ତୁ ସେହି ଗେମ୍ ହିଁ ସେମାନଙ୍କ ପାଇଁ କାଳ ହୋଇଥାଏ । ନିକଟରେ ବ୍ଲୁ ହ୍ୱେଲ ନାମକ ଏକ ଗେମ୍ ଖେଳି ବହୁ ଛାତ୍ର ନିଜ ଜୀବନ ହରାଇଛନ୍ତି ଯାହା ବିଭିନ୍ନ ସମ୍ବାଦପତ୍ରରେ ଦେଖିବାକୁ ମିଳିଥିଲା । ବିଭିନ୍ନ ବିଜ୍ଞାପନ ଜରିଆରେ ତଥା ଗଣମାଧ୍ୟମରେ ଏହି ଖେଳ ପ୍ରତି ସତର୍କ ସୂଚନା ଦେଇଥିଲେ ମଧ୍ୟ ଯୁବପୀଢି ଏହାକୁ କର୍ଣ୍ଣପାତ ନ କରି ଏହି ଖେଳ ପ୍ରତି ଆକୃଷ୍ଟ ହୋଇଥିଲେ । ବର୍ତ୍ତମାନ ସମୟରେ ମୋବାଇଲ୍ ଯୁବପୀଢିଙ୍କୁ ଏଭଳି ଆକୃଷ୍ଟ କରୁଛି ଯେ, ରାଜରାସ୍ତାରେ, ବଜାରରେ, ସପିଂମଲ୍ ତଥା ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଏମାନେ କାନରେ ଇୟର ଫୋନ୍ ଦେଇ ଗୀତ ଶୁଣନ୍ତି ତ ଆଉ କେହି କେହି ସାଙ୍ଗଙ୍କ ସହିତ ଚାର୍ଟିଂରେ ମଜ୍ଜିଯାଆନ୍ତି । ଫଳରେ ଅଧିକାଂଶ ସମୟରେ ଏମାନେ ଦୁର୍ଘଟଣାର ଶିକାର ହୁଅନ୍ତି ଓ ଅକାଳରେ ନିଜର କୋମଳମତି ଜୀବନକୁ ସବୁଦିନ ପାଇଁ ହରାଇ ବସନ୍ତି । ନିକଟରେ ଜଣେ ଯୁବକ ମୋବାଇଲ୍ରେ କଥା ହେବା ସମୟରେ ଏତେ ବିଭୋର ହୋଇଯାଇଥିଲେ ଯେ, ରେଳ ଲାଇନ୍ ଅତିକ୍ରମ କରୁଥିବା ସମୟରେ ଅନ୍ୟମନସ୍କ କାରଣରୁ ସେହି ସମୟରେ ଟ୍ରେନ୍ଟି ଉକ୍ତ ଯୁବକ ଉପରେ ଚଢି ଯାଇଥିଲା ଏବଂ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ସେହି ଭଳି ଅନ୍ୟ ଜଣେ ଯୁବକ ନିଜର ଦୁଇ ସାଙ୍ଗକୁ ନିଜ ବାଇକ୍ରେ ବସାଇ ମୋବାଇଲ୍ରେ କଥା ହୋଇ ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ସମୟରେ ସାମ୍ନାପଟୁ ଆସୁଥିବା ଏକ •ରିଚକିଆ ଯାନକୁ ଧକ୍କା ଦେଇଥିଲେ ଏବଂ ଘଟଣାସ୍ଥଳେ ଦୁଇଜଣ ସାଙ୍ଗଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ସାଙ୍ଗ ନିଜର ଗୋଟିଏ ଗୋଡ଼ ହରାଇ ସବୁ ଦିନ ପାଇଁ ପଙ୍ଗୁ ହୋଇ ରହିଗଲେ । ଅନ୍ୟ ଜଣେ ଯୁବକ ବିଳମ୍ବିତ ରାତିରେ ଶୋଇବା ସମୟରେ ନିଜର ବାନ୍ଧବୀଙ୍କ ସହ କଥା ହେଉଥିବା ବେଳେ ହଠାତ୍ ମୋବାଇଲ୍ଟି ଫାଟି ଯାଇଥିଲା ଏବଂ ଘଟଣାସ୍ଥଳରେ ଉକ୍ତ ଯୁବକଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ଯୁବକ ନିଜ ଛାତ ଉପରେ ଫୁଲଗଛରେ ପାଣି ଦେଉଥିବା ସମୟରେ ମୋବାଇଲ୍ରେ କଥା ହେଉଥିଲେ ଓ ଅନ୍ୟମନସ୍କ ହୋଇ ଭାରସାମ୍ୟ ହରାଇ ଛାତ ତଳକୁ ଖସି ପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଭଳି ଘଟଣା ସାରା ରାଜ୍ୟରେ ଶହ ଶହ ସଂଖ୍ୟାରେ ଘଟିଚା ଲିଛି ଯାହା ବର୍ଣ୍ଣନା କରି ହେବ ନାହିଁ । ବର୍ତ୍ତମାନ ଯୁବଗୋଷ୍ଠୀଙ୍କ ଲକ୍ଷ୍ୟପଥରେ ବଡ଼ ବାଧକ ସାଜିଛି ମୋବାଇଲ୍ । ଏହାର ଉଚିତ୍ ବ୍ୟବହାର ଅପେକ୍ଷା ଅପ ବ୍ୟବହାର ଅଧିକ ମାତ୍ରାରେ ବଢି•ଲିଛି । ପ୍ରେମ ତଥା ଅନ୍ୟାନ୍ୟ କାରଣ ପାଇଁ ଯୁବକ ଯୁବତୀମାନେ ପଥଭ୍ରଷ୍ଟ ହେଉଛନ୍ତି ଫଳରେ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟକୁ ଗତିକରୁଛି । ସେମାନେ ବୁଝିବା ଦରକାର ଯେ, ପ୍ରେମ କରିବା ପାଇଁ ଢେର୍ ସମୟ ଅଛି । ପ୍ରଥମେ ଆଗ ପରିଶ୍ରମ କରି ସଫଳତା ହାସଲ କର, ମୋବାଇଲରେ ନଷ୍ଟ ହେଉଥିବା ସମୟକୁ ଲକ୍ଷ୍ୟପୂରଣ ଦିଗରେ ବ୍ୟବହାର କର, ସଫଳତା ନିଶ୍ଚିତ ମିଳିବ, ତା’ପରେ ପ୍ରେମ କରିବ । ସବୁଠାରୁ ଚିନ୍ତାର ବିଷୟ ହେଉଛି ପ୍ରେମୀ ଯୁଗଳଙ୍କୁ ନେଇ । ହ୍ୱାଟସ୍ ଆପ ଓ ଫେସ୍ବୁକ ଜରିଆରେ ଯୁବକ ଯୁବତୀମାନେ ପ୍ରଥମେ ନିଜ ନିଜ ଭିତରେ ବନ୍ଧୁତା ସ୍ଥାପନ କରନ୍ତି ଏବଂ ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୁଏ । ତା’ପରେ ଆରମ୍ଭ ହୁଏ ଉଭୟଙ୍କ ମଧ୍ୟରେ ପ୍ରେମର ସୌଦାଗର । ମୋବାଇଲ୍ ମାଧ୍ୟମରେ ପରସ୍ପର ପରସ୍ପର ସହିତ କଥା ହୋଇ ପାର୍କ, ହୋଟେଲ, ରେଷ୍ଟୁରାଣ୍ଟ ଓ ସପିଂମଲ୍କୁ ଯାଇ ପରସ୍ପରକୁ ଭେଟି ପ୍ରେମକୁ ଆହୁରି ପ୍ରଗାଢ କରନ୍ତି ଏବଂ ପରେ ଏହା ଶାରୀରିକ ସମ୍ପର୍କର ରୂପ ନିଏ ଯାହାକୁ ସେମାନେ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଶାରୀରିକ ସମୟର ଦୃଶ୍ୟକୁ ମୋବାଇଲ୍ରେ ଉତ୍ତୋଳନ କରି ରଖନ୍ତି ଏବଂ କୌଣସି କାରଣରୁ ଯଦି ଉଭୟଙ୍କ ଭିତରେ ମନୋମାଳିନ୍ୟ ଦେଖାଦିଏ, ତା’ପରେ ଆରମ୍ଭ ହୁଏ ବ୍ଲାକ ମେଲ୍ । ପରେ ସେହିସବୁ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୁଏ ଏବଂ ଏଥିପାଇଁ ଅନେକ ଯୁବତୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତି ଓ ଆଉ କେହି ଲୋକଲଜ୍ଜା ଭୟରେ ଚୁପ୍ ରହି ନିଜର କୁମାରୀତ୍ୱକୁ ହରାଇ ବସନ୍ତି ଓ କେହି କେହି କୁମାରୀ ମାତୃତ୍ୱ ଲାଭ କରି ସମାଜରେ ନିନ୍ଦିତ ହୁଅନ୍ତି । ସେହିପରି ଅନେକ ପ୍ରେମୀ ଯୁଗଳ ବାଇକ୍ରେ ପାର୍କ, ହୋଟେଲ, ରେସ୍ତୋରେ ଏବଂ ସପିଂମଲ ଯିବା ସମୟରେ ଉଭୟ ମୋବାଇଲ୍ ଗୀତ ଶୁଣି ଯାଆନ୍ତି ଏବଂ ପଛରେ ବସିଥିବା ପ୍ରେମିକା ନିଜର ପ୍ରେମିକକୁ ଏଭଳି ଢଙ୍ଗରେ ମାଡି଼ବସି ଧରିଥାନ୍ତି ଯେ ସେହିବାଟ ଦେଇ ଯାଉଥିବା ଭଦ୍ର ବ୍ୟକ୍ତି ତଥା ବରିଷ୍ଠ ନାଗରିକମାନେ ମଥା ନୁଆଁଇ ଚା ଲିଯିବାକୁ ଶ୍ରେୟ ମନେ କରିଥାନ୍ତି । ଜଣେ ବୟସ୍କ ବୃଦ୍ଧ ବ୍ୟକ୍ତି ଏହାକୁ ଦେଖିଲେ ଭାବନ୍ତି ଯେ ଝିଅଟି ଗାଡ଼ିରୁ ପଡ଼ିଯିବା ଭୟରେ ବୋଧହୁଏ ପୁଅଟିକୁ ଏପରି ମାଡ଼ିବସିି ଧରିଛି । ଏହି ପ୍ରେମୀ ଯୁଗଳଙ୍କ ଅନ୍ୟମନସ୍କ ହେତୁ ଅଧିକାଂଶ ସମୟରେ ଦୁର୍ଘଟଣାର ଶିକାର ହୁଅନ୍ତି । ବିଶେଷକରି ଗାଁ ଗହଳିରୁ ଆସି ଭୁବନେଶ୍ୱର ତଥା ଅନ୍ୟାନ୍ୟ ସହରରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ପଢୁଥିବା ଯୁବକଯୁବତୀଙ୍କ କ୍ଷେତ୍ରରେ ଏହା ବେଶୀ ଘଟୁଛି । ଅଳ୍ପ କିଛିଦିନ ତଳେ ଭୁବନେଶ୍ୱରର ପିଏମ୍ଛ ଛକ ଦେଇ ଏ.ଜି. ଛକଆଡ଼େ ପ୍ରେମୀ ଯୁଗଳ ମୋବାଇଲ୍ରେ କଥା ହୋଇ ଯାଉଥିବା ସମୟରେ ସାମ୍ନାପଟୁ ଆସୁଥିବା ଜଣେ ଭଦ୍ରବ୍ୟକ୍ତିଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ ଏବଂ ଉଭୟ ତ ଆହତ ହୋଇ ମେଡ଼ିକାଲ ଗଲେ, ବିଚରା ଭଦ୍ରବ୍ୟକ୍ତି ଜଣକ ନିଜର ଦୁର୍ଘଟଣାଗ୍ରସ୍ତ ନୂଆ ବାଇକ୍ଟିକୁ ମନ ଦୁଃଖରେ ସଜାଡ଼ିବା ପାଇଁ ଗ୍ୟାରେଜକୁ ନେଇ ଯିବାର ଦୃଶ୍ୟ ମୋତେ ବେଶି ବ୍ୟଥିତ କରିଥିଲା । ଭୁଲ୍ କଲା କିଏ, ଦଣ୍ଡ ପାଇଲା କିଏ! ସେହିପରି ଅନେକ କ୍ଷେତ୍ରରେ ଏହି ପ୍ରେମୀ ଯୁଗଳମାନେ ବିଭିନ୍ନ ପାର୍କ, ହୋଟେଲ, ସପିଂମଲ, ଜୁସ୍ ସେଣ୍ଟର ବା କଫିବାର୍କୁ ଗଲେ, ପ୍ରଥମେ ସେମାନେ ଦୋକାନୀଙ୍କୁ ସେମାନଙ୍କର ଆବଶ୍ୟକତା କରୁଥିବା ସାମଗ୍ରୀକୁ ଅର୍ଡ଼ର ଦେଇ ଉକ୍ତ ଜୁସ୍ ସେଣ୍ଟର ବା କଫିବାର୍ ସମ୍ମୁଖ ରାସ୍ତା ଉପରେ ନିଜର ବାଇକ୍ ଦେଇ ଉଭୟ ବାଇକ୍ ଉପରେ ବସି ମୋବାଇଲରେ ଗେମ୍ ଖେଳିବା, ଚା ର୍ଟିଂ କରିବା ବା ଫେସ୍୍ବୁକ୍ କରିବା ଫଳରେ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ପଥଚା ରୀମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସେହି ପଥଚା ରୀମାନେ ଯେତେ ସତର୍କ କରାଇଲେ ମଧ୍ୟ ଏହି ପ୍ରେମୀଯୁଗଳମାନେ ଏଥିପ୍ରତି କର୍ଣ୍ଣପାତ ନକରି ଚା ର୍ଟିଂରେ ମାତିଯାଆନ୍ତି । କୌଣସି ବଶତଃ ଯଦି ପଥଚା ରୀ ଓ ଏହି ପ୍ରେମୀ ଯୁଗଳଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା, ପଥଚା ରୀଜଣକ ଯୁବତୀଜଣକଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଥାନାରେ ଏତଲା ଦେବାର ଧମକ ଦେଇଥାନ୍ତି । ଏହିଭଳି ଘଟଣା ଭୁବନେଶ୍ୱରରେ ନୀତିଦିନ ଘଟୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାଁନ୍ତି । ଯାହାଫଳରେ ଏଭଳି ଘଟଣା ଦିନକୁ ଦିନ ବଢିଚା ଲିଛି । ମୋବାଇଳ୍ ବ୍ୟବହାର କରିବାକୁ ମନା ନାହିଁ । କିନ୍ତୁ ଗାଡ଼ି ଚଳାଇବା ବେଳେ, ରାସ୍ତା ଅବରୋଧ କରି ଗାଡ଼ିଉପରେ ବସି ମୋବାଇଲ୍ ବ୍ୟବହାର କରିବା, ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ମୋବାଇଲ୍ ବ୍ୟବହାର କରି ଅନ୍ୟମାନଙ୍କୁ ହଇରାଣ କରିବା କେତେଦୂର ଯୁକ୍ତିଯୁକ୍ତ । ଯଦି ରାସ୍ତାରେ ଯିବା ସମୟରେ ଫୋନ୍ ଆସେ, ତେବେ ରାସ୍ତା କଡ଼ରେ ଗାଡ଼ି ଅଟକାଇ କଥା ହେବା ଆବଶ୍ୟକ । ଯଦି ଯୁବପୀଢିମାନେ ମୋବାଇଲ୍ର ଉପଯୁକ୍ତ ବ୍ୟବହାର କରିବେ ନିଜର ଲକ୍ଷ୍ୟ ପଥରେ ଅଗ୍ରସର ହେବେ ଅନେକ ଦୁର୍ଘଟଣାକୁ ରୋକାଯାଇ ପାରିବ ଓ ସମାଜରୁଚୋରୀ, ହତ୍ୟା, ଦୁଷ୍କର୍ମ ଓ ଲୁଟ୍ ଅନେକ ପରିମାଣରେ ହ୍ରାସ ପାଇପାରିବ ।

ସୁବାସ କୁମାର ତାରଣିଆଁ
ମୋ : ୮୩୨୮୮୪୦୨୧୪
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ