ସୋସୋରେ ଅଙ୍ଗନବାଡି ଘର ହୋଇପାରିଲାନି

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲରେ ଅଙ୍ଗନବାଡି ଗୃହ ନିର୍ମାଣରେ ବ୍ୟାପକ ଅନିୟମିତତା ହୋିଥିବା ଦେଖିବାକୁ ମିଳିଛି । କେଉଁଠି ଅଙ୍ଗନବାଡି ଥାଇ ଘର ନଥିବାବେଳେ ଆଉ କେଉଁଠି ଅଙ୍ଗନବାଡି ନଥାଇ ମଧ୍ୟ ଅଙ୍ଗନବାଡି ଘର ନିର୍ମାଣ ହୋଇଛି । କିନ୍ତୁ ସୋସୋ ଗ୍ରାମରେ ଦୁଇ ଦୁଇଟି ଅଙ୍ଗନବାଡି କେନ୍ଦ୍ର ଥିଲେବି ଅଙ୍ଗନବାଡି ଗୋଟିଏବି ଘର ନିର୍ମାଣ ହୋଇନି । ଫଳରେ ଅଙ୍ଗନବାଡିର କୋମଳମତି ଶିଶୁ ମାନେ ଦୁରରେ ଥିବା ନୋଡାଲ ସ୍କୁଲକୁ ଯାଇ ଏକ ପରିତ୍ୟକ୍ତ ଘରେ ବସି ଶିକ୍ଷାଲାଭ କରୁଛନ୍ତି । ସୋସୋ ୧ନଂ ଅଙ୍ଗନବାଡିରେ ୪୦ଜଣ ଶିଶୁ ପଢ଼ୁଥିବାବେଳେ ସେମାନେ ଆଜି କାହା ବାରଣ୍ଡାରେ ତ ଆଉ କେଉଁଦିନ କେଉଁ ଗଛ ମୁଳେ ବସି ଶିକ୍ଷାଦାନ କରୁଛନ୍ତି । ସେହିପରି ଦୁଇନମ୍ବର ଅଙ୍ଗନବାଡି କେନ୍ଦ୍ରଟି ନୋଡାଲ ସ୍କୁଲ ପରିସରରେ ତବବା ଏକ ପରିତ୍ୟକ୍ତ ଘରେ ଶିକ୍ଷାଦାନ କରୁଛନ୍ତି । ଏହି ଘରଟି ବିପଦ ଶଙ୍କୁଳ ଘୋଷଣା କରାଯାଇଥିଲେବି ଗୃହ ଅଭାବରୁ ସେଠାରେ ଶିକ୍ଷାଦାନ ଚାଲିଛି । ସେହିପରି କାନପୁର ଅଙ୍ଗନବାଡି କେନ୍ଦ୍ରର ଘର ନଥିବାରୁ ଆଜି କେଉଁ ଠାକୁର ଘରେ ତ ଆଉ କେଉଁଦିନ କାହା ବାରଣ୍ଡାରେ ବସାଇ ପଢ଼ାଉଛନ୍ତି । ଏନେଇ ବାରମ୍ବାର ପ୍ରଶାସନକୁ ଜଣାଯାଇଥିଲେବି ଆଜି ପର୍ଯ୍ୟନ୍ତ ଅଙ୍ଗନବାଡି ଘର ନିର୍ମାଣ ହୋଇ ପାରୁନି । ଗତ ଦେଢ଼ବର୍ଷ ପୁର୍ବେ ଏକ ଅଭ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ନିର୍ମାଣକାର୍ଯ୍ୟ ସମ୍ପୁର୍ଣ୍ଣ ହେଲାନି । ନିମଟାଲ ପର୍ଯ୍ୟନ୍ତ ନିର୍ମାଣ ହୋଇ ଅଧାପନ୍ତରିଆ ଭାବେ ପଡି ରହିଛି । କିନ୍ତୁ ବ୍ଲକର ଅନେକ ଯାଗାରେ ଅଙ୍ଗନବାଡି ନଥିବା ସ୍ଥାନରେ ଅଙ୍ଗନବାଡି ନିର୍ମାଣ ହେଉଛି । ଏ କିପରି ବ୍ୟବସ୍ଥା ଓ କଣପାଇଁ ଏପରି ହେଉଛି ବୋଲି ସୋସୋ ପଞ୍ଚାୟତର ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ ପ୍ରଶ୍ନ କରିଛନ୍ତି । ତୁରନ୍ତ ଏହିସବୁ ଅଙ୍ଗନବାଡି କେନ୍ଦ୍ରର ଘର ନିର୍ମାଣ କରିବାକୁ ସୋସୋ ପଞ୍ଚାୟତର ସରପଞ୍ଚ ରଜକିଶୋର ଦାସ, ସମିତିସଭ୍ୟା ଅରୁନ୍ଧତୀ ସେଣ, ରବିନ୍ଦ୍ରନାଥ ରାଉତ, ପିତବାସ ନାୟକ, ପ୍ରଣବ ମହାନ୍ତି ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ