ସୋସୋରେ ମହିଳାଙ୍କ ସ୍ୱଚ୍ଛ ଅଭିଯାନ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ସୋସୋ ଗ୍ରାମରେ ମହିଳାଙ୍କ ଦ୍ୱାରା ଗାଁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିବନାରାୟଣ ମହିଳା ସଂଘ ପକ୍ଷରୁ ଆଜି ଗ୍ରାମର ବିଭିନ୍ନ ନାଳ ନର୍ଦ୍ଦମା ସ୍ଥାନ ଗୁଡିକୁ ସଫା ସୁତୁରା କରାଯାଇଛି । ବିଶେଷକରି ଡ୍ରେନ ଗୁଡିକରେ ଦୀର୍ଘଦିନ ହେବ ମଇଳା ଆବର୍ଜନା ଜମି ରହିବାଦ୍ୱାରା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇ ମଶା, ମାଛିଙ୍କ ବଂଶ ବୃଦ୍ଧି କରୁଥିବାରୁ ଏହାକୁ ସଫା କରିବାପାଇଁ ମହିଳାମାନେ ଆଗଭର ହୋଇଛନ୍ତି । ପ୍ରତି ସପ୍ତାହରେ ଦିନେ ଏହିପରି କାର୍ଯ୍ୟକ୍ରମ କରିବାକୁ ମହିଳାମାନେ ନିଷ୍ପତି ନେଇଛନ୍ତି । ସଂଘର ସଭାପତି ସଶ୍ମିତା ରାଉତଙ୍କ ନେତୃତ୍ୱରେ ସଦସ୍ୟା ଅନିମା ରାଉତ, ସନ୍ଧ୍ୟାରାଣୀ ପତି, ଲକ୍ଷ୍ମୀପ୍ରୀୟା ପତି, ସୁନି ସେଠୀ, ମଲ୍ଲୀ ରାଉତ, ସରସ୍ୱତୀ ରାଉତ, ସନ୍ଧ୍ୟାରାଣୀ ରାଉତ, ପ୍ରଭାତି ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାବେଳେ କାଠିଆ ସେଠୀ, ସନାତନ ପତି, ପରମାନନ୍ଦ ରାଉତ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ