ସୋସୋରେ ମହିଳା ସମାବେଶ

ହାଟଡିହି, : ହାଟଡିହି ବ୍ଲକ ସୋସୋ ଠାରେ ଏକ ମହିଳା ସମାବେଶ  ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶହଶହ ମହିଳା ଭାଗନେଇ ଗାଁରୁ ମଦବିକ୍ରୀ ବନ୍ଦ କରିବାପାଇଁ ସପଥ ନେଇଛନ୍ତି । ଶିବନାରାୟଣ ମହିଳା ସଂଘ ସୋସୋର ସଭାନେତ୍ରୀ ସଶ୍ମିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହିଳା ସମାବେଶରେ ଶାନ୍ତିଶକ୍ତି ମହିଳା ସମାଜ ସୁରକ୍ଷା ମଞ୍ଚର ଆବାହିକା ସର୍ମିଷ୍ଠାମହାନ୍ତି, ପିଟାପିଟି ପଞ୍ଚାୟତର ମହିଳା ସଂଯୋଜକ ସନ୍ଧ୍ୟାରାଣୀ ସାହୁ, ସମାଜସେବୀ ନିତ୍ୟାନନ୍ଦ ସିଂ ପ୍ରମୁଖ ଯୋଗଦେଇ ଗାଁକୁ ନିଶା ନିବାରଣ କରିବା ସହିତ ସ୍ୱଚ୍ଛ ଭାରତ ଯୋଜନାରେ ଗାଁର ପରିବେଶକୁ ସ୍ୱଚ୍ଛ ରଖିବାପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମହିଳାମାନେ ସ୍ୱଚ୍ଛ ଭାରତ ଓ ମଦ ବନ୍ଦ କରିବାପାଇଁ ସପଥ ନେଇଥିଲେ । ଏହି ସମାବେଶରେ ଅନିମା ରାଉତ, ରୀନା ମହାନ୍ତି, ସନ୍ଧ୍ୟାରାଣୀ ପତି, ପ୍ରମିଳା ବେହେରା, ବିଷ୍ଣୁପ୍ରୀୟା ପତି, ପ୍ରମିଳା ନାହାକ, କବିତା ନାହାୟକ, କଳ୍ପନା ଜେନା, ବର୍ଷାଜେନା, ସନ୍ଧ୍ୟାରାଣୀ ଦୋରା, ରେଣୁବାଳା ପୁହାଣ, ସାମସୁନୁ ବିବିଙ୍କ ସମେତ ଶତାଧିକ ମହିଳା ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ