ସୋସୋରେ ମୋଟର ଚାଳକ ସଂଘର ସମାବେଶ

ହାଟଡିହି, (ବିକାଶ ବିଶ୍ୱାଳ ) : ସୋସୋ ଠାରେ ପଞ୍ଚାୟତ ସ୍ତରୀୟ ମୋଟର ଚାଳକ ସଂଘର ସମାବେଶ ଅନୁଷ୍ଠିତ ହୋଇଯାଇଛି । ସୋସୋ ରମମନ୍ଦିର ନିକଟରେ ଅନୁଷ୍ଠିତ ଏହି ସମାବେଶରେ ଘସିପୁରା ବ୍ଲକ ମୋଟର ଚାଳକ ସଂଘର ସଭାପତି ଶରତ ସାହୁ, ସୋସୋ ପଞ୍ଚାୟତ ସଂଘର ସଭାପତି ଅମରେନ୍ଦ୍ର ନନ୍ଦ, ବବୁଲ ସିଂହ, ପ୍ରଭାକର ସାହୁ, ଦେବେନ୍ଦ୍ର ପ୍ରଧାନ, ନରୋତ୍ତମ ବିନ୍ଧାଣି ପ୍ରମୁଖ ଯୋଗଦେଇ ମୋଟର ଚାଳକ ସଂଘ ୧୦ଦଫା ଦାବିସମ୍ବଳିତ ଦାବିପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେବି ସରକାର ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନଥିବାରୁ ବକ୍ତାମାନେ ସରକାରଙ୍କୁ ସମାଲୋଚନା କରିଥିଲେ । ଆଗାମି ଦିନରେ ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ମୋଟର ଚାଳକ ସଂଘ ବାଦ୍ୟହୋଇ ଷ୍ଟିୟରିଂ ଛାଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଥିଲେ । ଏଥିରେ ଗୋବର୍ଦ୍ଧନ ରଣା, ଅଶୋକ ମହାନ୍ତି, ରଘୁନାଥ ବିଶ୍ୱାଳ,ରଘୁନାଥ ପରିଡା, ଚୈତନ ପେଡା, ସିରେନ୍ଦ୍ର ବେହେରା, ଚଗୁଲୁ ଜେନା, ହିମାଶୁଂ ସାହୁଙ୍କ ସମେତ ବହୁ ସଂଘ ସଦସ୍ୟ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ