ସୋସୋରେ ୫୧ତମ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ୬ରୁ

ହାଟଡ଼ିହି -: ହାଟଡିହି ବ୍ଳକ ସୋସୋଠାରେ ୫୧ତମ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଆସନ୍ତା ୭ତାରିଖରୁ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତିପର୍ବ ଶେଷ ହୋଇଛି । ଏହି ଯଜ୍ଞତ୍ସୋବକୁ ସରଶ ସୁନ୍ଦର କରିବା ସହିତ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ କିର୍ତ୍ତନ ସହ ପ୍ରବଚନ ଦିଆଯିବାର ବ୍ୟବସ୍ଥା କରାଇଛି । ୬ତାରିଖ ସକାଳେ କଳଶ ଶୋଭାଯାତ୍ରା କରାଯିବାପରେ ଯଜ୍ଞମଣ୍ଡପରେ କଳଶ ସ୍ଥାପନ କରାଯାଇ ପୂଜାର୍ଚନା କରାଯିବା ସହିତ ହୋମଯଜ୍ଞ କରାଯିବ । ୭ତାରିଖ ଦିନ ଗୀତାପାଠ, ଚଣ୍ଡୀପାଠ ଓ ବେଦପାଠ ସହିତ ୮ ତାରିଖ ଦିନ ଯଜ୍ଞର ପୁର୍ଣ୍ଣାହୁତୀ ପ୍ରଦାନ କରାଯିବ । ୯ ଓ ୧୦ତାରିଖ ରାଜ୍ୟର ସୁନାମଧନ୍ୟ ପ୍ରବଚକଙ୍କ ଦ୍ୱାରା ପ୍ରବଚନ ଦିଆଯିବ । ଉକ୍ତ ଗ୍ରାମରେ ହିନ୍ଦୁ ମୁସଲମାନ ସଂପ୍ରଦାୟର ମିଳିତ ସହଯୋଗରେ ଏହି ହୋମଯଜ୍ଞ ହେଉଥିବାବେଳେ ଏହା ପରଷ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିଥାଏ । ଉଭୟ ସଂପ୍ରଦାୟର ଲୋକମାନେ ଭାଇଚାରର ସମ୍ପର୍କ ଦେଖାଇ ଯଜ୍ଞ କାର୍ଯ୍ୟରେ ସହଯୋଗ କରିଥାନ୍ତି । ଏହ ଏହି ଅଞ୍ଚଳର ଏକ ସର୍ବପୁରାତନ ଯଜ୍ଞପୀଠ ହୋଇଥିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ