ସୋସୋ ଡାକ୍ତରଖାନାରେ ଆମ୍ବୁଲାନସ ସେବା ଲୋକର୍ପିର୍ତ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଡାକ୍ତରଖାନାରେ ଆମ୍ବୁଲାନସ ସେବାକୁ ଲୋକାର୍ପିତ କରାଯାଇଛି । କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ଆମ୍ବୁଲାନସକୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆନୁଷ୍ଠାନିକ ଭାବେ ନଡିଆ ଭାଙ୍ଗି ଲୋକର୍ପିତ କରିଥିଲେ । ଡାକ୍ତରଖାନା ପରିସରରେ ଆୟୋଜିତ ଏକ ଉତ୍ସବରେ କେନ୍ଦୁଝର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ରମାକାନ୍ତ ନାୟକ, ସମ୍ପାଦକ ସୂର୍ଯ୍ୟନାରାୟଣ କର, ସୋସୋ ଥାନା ଅଧିକାରୀ ଅନିଲ କୁମାର ସାମଲ, ଇଂ ରବିନ୍ଦ୍ର କୁମାର ସାହୁ, ଉପସଭାପତି ଦିଲ୍ଲିପ କୁମାର ପଣ୍ଡା, ସହ ସମ୍ପାଦକ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏଠାରେ ଆମ୍ବୁଲାନସଟିଏ ନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବାବେଳେ ଏହି ଆମ୍ବୁଲାନସ ସେବା ଦ୍ୱାରା ଏ ଅଞ୍ଚଳର ହଦଗଡ, ବାଲିବରେଇ, ସୋସୋ, ଧନୁର୍ଜୟପୁର, କେ ବାଲିପାଳ, ପଢ଼ିଆରିପଲ୍ଲୀ, ବାଙ୍ଗୋର, ଢ଼େଙ୍କା, ଧନୁର୍ଜୟପୁର ଆଦି ପଞ୍ଚାୟତର ଗରିବ ଲୋକମାନେ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଳେ । ସାଧାରଣ ଲୋକମାନେ କେବଳ ତେଲ ପକାଇ ଏହି ଆମ୍ବୁଲାନସକୁ ନେଇ ଡାକ୍ତରଖାନା ଯିବେ ବୋଲି ଟ୍ରକସଂଘର କର୍ମକର୍ତ୍ତାମାାନେ ମତବ୍ୟକ୍ତ କରିଥିଲେ । ଟ୍ରକ ମାଲି ସଂଘର କାର୍ଯ୍ୟକାରିଣୀ ସଦସ୍ୟ ରବିନ୍ଦ୍ର ପୁହାଣ, ପ୍ରତାପ ସାହୁ, ପର୍ଶୁରାମ ସାମଲ, ବାବୁ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


