ସୋସୋ ପୁଲିସର ଟାଳଟୁଳ ନୀତିକୁ ନେଇ ଅସନ୍ତୋଷ
ହାଟଡିହିି, (ବିକାଶ ବିଶ୍ୱାଳ):ସୋସୋ ଥାନା ବାଙ୍ଗୋର ନିକଟରେ ଜଣେ ମହିଳାଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିବା ସହିତ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ଘଟଣାରେ ପୁଲିସ କେବଳ ମାମଲା ରୁଜୁକରି ଚୁପ ହୋଇଯାଇଥିବା ନେଇ ଅଭିଯୋଗକାରିଣୀ ମହିଳା ବାଙ୍ଗୋର ଗ୍ରାମର ଗାୟତ୍ରୀ ନାୟକ କେନ୍ଦୁଝର ଏସ.ପି ଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ଗତ ଜୁଲାଇ ମାସ ୫ତାରିଖ ଦିନ ସେ ବ୍ୟାଙ୍କ ଅଫ ଇଣ୍ଡିଆ ବଉଳା ଶାଖାକୁ ଯାଉଥିବା ସମୟରେ ବାଙ୍ଗୋର କରଡାପାଳ ଗ୍ରାମର ରବିନ୍ଦ୍ର ସାହୁ, ପ୍ରଫୁଲ କୁମାର ଧଳ, ପ୍ରମୋଦ କୁମାର ପଣ୍ଡା ଏକ ବାଇକରେ ଆସି ତାଙ୍କୁ ଧକ୍କା ମାରି ତଳେ ପକାଇ ଦେଇ ଅଶା୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଜାତିଆଣା ଆକ୍ଷେପ କରି ଗାଳି ଦେଇଥିଲେ । ଏପରିକି ତାଙ୍କ ଇଜତ ନେବାକୁ ଚେଷ୍ଟା କରୁଥିବା ବେଳେ କିଛି ଲୋକ ପହଞ୍ଚି ଯିବାରୁ ଅଭିଯେୁକ୍ତ ମାନେ ପଳାିଥିଲେ । ଏନେଇ ଗାୟତ୍ରୀ ସୋସୋ ଥାନାରେ ଲିଥ ଅଭିଯୋଗ କରିବାପରେ ପୁଲିସ ଥାନା କେସ ନଂ ୯୫/୨୦୨୩ ଦଫା ୩୪୧/୨୯୪/୩୨୩/୫୦୬/୩୫୪/ ୩୪ ଆଇପିସି ରେ ଏକ ମାମଲା ରୁଜୁ କରିଥିବାବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରୁନାହିଁ ବୋଲି ଓ ସେମାନେ ଆମକୁ ବିଭିନ୍ନ ସମୟରେ ଧମକ ଚମକ ଦେଉଛନ୍ତି ବୋଲି ଗାୟତ୍ରୀ ଏସପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।


