ସୋସୋ ପୁଲିସ ଦ୍ୱାରା ପଥର ବୋଝେଇ ହାଇୱା ଜବଦ

ହାଟଡିହି (ଓ୍ବାଇଏନ୍ଏସ୍) : ସୋସୋ ପୁଲିସ ଦ୍ୱାରା ଆଜି ଏକ ପଥର ବୋଝେଇ ହାଇୱା ଜବଦ ହୋଇଛି । ହାଇୱାଟି ସିଆଡିମାଳିଆ ଡମ୍ପରୁ ପଥର ବୋଝେଇକରି ଆଣୁଥିବାବେଳେ ନୁଆସାହି ନିକଟରେ ସୋସୋ ପୋଲି ଅଟକାଇ ଗାଡିଟିକୁ ଜବଦ କରିଛି । ସିଆଡିମାଳିଆ ଠାରେ ଇମ୍ଫା ଖଣି ପକ୍ଷରୁ ପୁର୍ବରୁ ଏକ ଡମ୍ପ କରାଯାଇଥିବାବେଳେ ଏଠାରୁ ଦୈନ ଦିନ ବହୁ ପରିମାଣର ସର୍ଫନାଇଟ ପଥର ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ପ୍ରକୃତରେ ସର୍ଫନାଇଟ କି ଅନ୍ୟ କିଛି ପଥର ତାହା ପୁଲିସ ଷ୍ପଷ୍ଟ କରିନାହିଁ । ପୁଲିସ ଗାଡିଟିକୁ ଅଟକ ରଖି ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ