ସୋସୋ ରେ ଆଇନ ସଚେତନତା ଶିବିର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହମାରା ବଚପନ ଟ୍ରଷ୍ଟ ‘ଆକ୍ସେସ ଟୁ ଜଷ୍ଟିସ ଫର ଚିଲଡ୍ରେନ’ କେନ୍ଦୁଝର ତରଫରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବାଲ୍ୟ ବିବାହ, ଶିଶୁ ଚାଲାଣ ଭଳି ସମସ୍ୟାକୁ ରୋକିବା ନିମନ୍ତେ ସଚେତନ ଶିବିର ଏବଂ ବଉଳା ଡିଗ୍ରୀ ମହାବିଦ୍ୟାଳୟ, ସୋସୋ ଠାରେ ଆଇନ ଗତ ସଚେତନ ଶିବିର ଯେଉଁ ଥିରେ ମହିଳା ଏବଂ ଶିଶୁ କନ୍ୟା ଉପରେ ଲିଂଗଗତ ବର୍ଣମତକୁ ନେଇ ଉପୁଜିଥିବା ବିଭିନ୍ନ ନିର୍ଯ୍ୟାତନାକୁ କିପରି ଭାବରେ ରୋକାଯାଇ ପାରିବ ସେହି ଉପରେ ଆଇନର କଣ ସୁବିଧା ସୁଯୋଗ ଅଛି ସେଥିଲାଗି ଏକ ଦିବସିୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କର୍ମଶାଳାରେ ସୋସୋ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ବିହାରୀଙ୍କ ସହିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପାତ୍ର ଅଧ୍ୟାପିକା ଡ଼ ମମତା ସାହୁ, ଅନ୍ନପୂର୍ଣ୍ଣା ବେହେରା, ଏନ ୟାଇ ଭି ଅଜୟ କୁମାର ସାହୁ, ଇସିଡିଏସ ସୁପର ଭାଇଜାର ଶକୁନ୍ତଳା ଯେନା, ଏଚ.ବି.ଟି ର ସି. ଏସ. ଡ଼ବ୍ଲୁ ଜଗନ୍ନାଥ ପୃଷ୍ଟି, ସତ୍ୟଭାମା ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ଓ ଉପସ୍ଥିତ ମହିଳା ମାନଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ କିଶୋର କିଶୋରୀ ଓ ମହିଳା ଉପସ୍ଥିତ ଥିଲେ।


