ସୋସୋ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ୭ରେ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ସୋସୋ ପଞ୍ଚାୟତର ସରପଞ୍ଚ କାଞ୍ଚନ ନାଇକଙ୍କ ବିରୁଦ୍ଧରେ ୱାର୍ଡସଭ୍ୟ ସଭ୍ୟା ମାନେ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଉପଜିଲ୍ଲାପାଳଙ୍କ ପକ୍ଷରୁ ଆସନ୍ତା ୭ତାରିଖ ଅନାସ୍ଥା ଭୋଟ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଚିଠିନଂ ୧୧୭୫  ଅନୁଯାଇ ଆସନ୍ତା ୭ତାରିଖ ଦିନ ସୋସୋ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଦିନ ୧୧ଟାବେଳେ ଏକ ସ୍ୱତନ୍ତ୍ର ଅଧିବେସନ ବସି ଆସ୍ଥା ଭୋଟ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ସୁଚନାଯୋଗ୍ୟ ଯେ ଗତ ଜାନୁୟାରୀ ୨୧ତାରିଖରେ ପଞ୍ଚାୟତର ୧୧ଜଣ ୱାର୍ଡ ସଭ୍ୟସଭ୍ୟା ପଞ୍ଚାୟତରେ ହୋଇଥିବା ବ୍ୟାପକ ଅନିୟମିତତାର ଅଭିଯୋଗ ସହ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ଆଣିବା ପାଇଁ ଉପଜିଲ୍ଲାପାଳଙ୍କ ଠାରେ ଦାବି ଉପସ୍ଥାପିତ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁଯାଇ ସୋସୋ ପଞ୍ଚାୟତଟି ୧୪ଗୋଟି ୱାର୍ଡକୁ ନେଇ ଗଠିତ ହୋଇଥିବାବେଳେ ଉକ୍ତ ପଞ୍ଚାୟତର ସରପଞ୍ଚ କାଞ୍ଚନ ନାଇକ ଦୀର୍ଘଦିନ ଧରି ମନୋମୁଖୀ କାର୍ଯ୍ୟକଳାପ ଚଳାଇବାରୁ ପଞ୍ଚାୟତ କାର୍ଯ୍ୟାଳୟଟି ଠିକ ଭାବେ ଚାଲୁ ନଥିଲା । ସେହିପରି ୧୪ଟି ଯାକ ୱାର୍ଡରେ କୌଣସି ଉନ୍ନୟନ ମୁଳକ କାର୍ଯ୍ୟ ହୋଇପାରିନାହିଁ ବୋଲି ୱାର୍ଡସଭ୍ୟ ବେଣୁଧର ବିନ୍ଧାଣି, ନିରାକାର ରାଉତ, ଜଗନ୍ନାଥ ବାରିକ, ନରୋତ୍ତମ ରାଉତ, ରଞ୍ଜୁଲତା ବେହେରା, ସୁଲଚନା ହାତୀ, କବିନ ନାହାକ, ଜୟନ୍ତୀ ଭୂୟାଁ, ନିରୁପମା ଖମାରୀ, ଦୁର୍ଯ୍ୟୋଧନ ସେଠୀ, ବିଶ୍ୱନାଥ ମାଝୀ ପ୍ରମୁଖ ଅଭିଯୋଗ କରିଥିଲେ । ପରେ ସୋସୋ ପଞ୍ଚାୟତରେ ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ଦୁର୍ନିତି ହୋଇଥିବାନେଇ ସରପଞ୍ଚ ଓ ପିଇଓଙ୍କ ବିରୁଦ୍ଧରେ ସୋସୋ ଥାନାରେ ବିଡିଓ ପକ୍ଷରୁ ମଧ୍ୟ ଏତଲା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ