ସୋସୋ ସରପଞ୍ଚ ଓ ପିଇଓଙ୍କ ନାମରେ ଥାନାରେ ଏଫ.ଆଇ.ଆର ଦେଲେ ବିଡିଓ

ହାଟଡିହି, : ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ସରପଞ୍ଚ ଓ ପିଇଓଙ୍କ ନାମରେ ଗତକାଲି ନନ୍ଦିପଦା ଥାନାରେ ବ୍ଲକ ପକ୍ଷରୁ ଏଫ.ଆଇ.ଆର ଦେବାପରେ ରବିବାର ସୋସୋ ପଞ୍ଚାୟତର ସରପଞ୍ଚ ଓ ପିଇଓଙ୍କ ନାମରେ ସୋସୋ ଥାନାରେ ଏଫଆଇଆର ଦିଆଯାଇଛି । ଓ ସୋସୋ ପଞ୍ଚାୟତରେ ସରକାରୀ ଅନୁଦାନ ହରିଲୁଟ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସୋ ପଞ୍ଚାୟତର ସରପଞ୍ଚଙ୍କ ସମେତ ପୁର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ ଚିଠିନଂ ୧୭୫୩ ତା ୨୯/୧୧/୨୦୧୯ରେ ସୋସୋ ଥାନାରେ ମାମଲା ରୁଜୁ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।ରବିବାର  ଜିପିଓ ନବୀନ ଚନ୍ଦ୍ର ନାୟକ ଓ ପିଇଓ ନରହରି ନାୟକ ପ୍ରମୁଖ ସୋସୋ ଥାନାରେ ପହଞ୍ଚି ସରପଞ୍ଚ କାଞ୍ଚନ ନାଇକ ଓ ପୁର୍ବତନ ପିଇଓ ବ୍ୟାସଦେବ ନାୟକଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ କରିଛନ୍ତି । ଏହି ପଞ୍ଚାୟତରେ ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ