ସୋହେଲା ସବ ଜେଲ ରେ ଇସ୍କନ କାର୍ଯ୍ୟକ୍ରମ

ବରଗଡ଼/ ସୋହେଲା, (ଯୁଗାବ୍ଦ ନ୍ୟୁଜ):ଆଜି ଶୁକ୍ରବାର ଦିନ ସୋହେଲା ଜେଲର ସୁସ୍ମିତା ଅଞ୍ଜନା ଲେକ୍ରା ଙ୍କ ସଭାପତିତ୍ବରେ ଜେଲ ଅନ୍ତେବାସୀ ମାନଙ୍କୁ ସମାଜ ର ମୁଖ୍ୟ ଶ୍ରୋତ ରେ ସାମିଲ କରିବା ପାଇଁ ବରଗଡ଼ ଇସ୍କନ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଥିଲା ! ବରଗଡ଼ ଇସ୍କନ ପ୍ରଚାରକ ଅଭିଜିତ ପ୍ରଭୁ ମଞ୍ଚ ସଂଚାଳନ କରିଥିବା ବେଳେ ବରଗଡ଼ ଇସ୍କନ ର ପ୍ରଧାନ ସେବକ ରସରାଜ ରାଧିକେଶ ଦାଶ ପ୍ରଭୁ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଦୈନନ୍ଦିନ ଶ୍ରୀମଦ୍ଭାଗବଦ୍ ଗୀତା ପଠନ ଓ ହରେକୃଷ୍ଣ ହରେରାମ ମହାମନ୍ତ୍ର ଜପ ଦ୍ଵାରା ସମ୍ଭବ ବୋଲି ଉଦବୋଧନ ଦେଇଥିଲେ ! ଏହା ସହିତ ୪ ଟି ପୁରୁଷ ସେଲ କୁ ଶ୍ରୀମଦ୍ଭାଗବଦ୍ ଗୀତା ପଠନ ପାଇଁ ଅର୍ପଣ କରାଯାଇଥିଲା !ଅନ୍ୟ ମାନଙ୍କ ମଧ୍ୟରେ ଅନିରୁଦ୍ଧ ସେନାପତି, ବୈଦ୍ୟନାଥ ସାହୁ, ଅନାଦି ପ୍ରିୟ ଷଡ଼ଙ୍ଗୀ , ଜ୍ୟୋସ୍ନା ମୟୀ କର୍ମି , ପ୍ରକାଶ ଚନ୍ଦ୍ର ପାଣ୍ଡିଆ, ରିଙ୍କୁ ସୁନା, ଶୁଶିଲ ପ୍ରଭୁ,କାହ୍ନା ପ୍ରଭୁ ଆଦି ଯୋଗଦେଇଥିଲେ ! ଆଜିର କାର୍ଯ୍ୟକ୍ରମ ରେ ୪୪ ରୁ ଅଧିକ ଜେଲ ଅନ୍ତେବାସୀ ଯୋଗଦେଇ କୃଷ୍ଣ ପ୍ରେମରେ ମଜ୍ଜି ଯାଇଥିଲେ ! ଜେଲର ଶୁଶ୍ରୀ ଲେକ୍ରା ପ୍ରତିମାସରେ ଏହିପରି ମହାନ କାର୍ଯ୍ୟକ୍ରମ କରି ଜେଲ ସଂସ୍କାର ରେ ପରିବର୍ତ୍ତନ ଆଣିବାକୁ ଅନୁରୋଧ କରିଥିଲେ –
ତାଙ୍କ ଅନୁରୋଧ କୁ ରକ୍ଷା କରି ବରଗଡ଼ ଇସ୍କନ ପ୍ରଚାରକ ଅଭିଜିତ ପ୍ରଭୁ ସହମତି ପ୍ରଦାନ କରିଥିଲେ !
ଶେଷରେ ଅନୀଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ !

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ