ସୌଦାମିନୀ ଆତ୍ମହତ୍ୟା ଘଟଣା ପହଁଚିଲା ୬ ଦିନରେ ତଥାପି ଚୁପ ବସିଛି ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀ ଗତ ଫେବୃଆରୀ ୧୯ ତାରିଖରେ ବିଦ୍ୟାଳୟ ପରିସରରେ ଆତ୍ମହତ୍ୟା କରିଥିଲେ. ଯାହାକୁ ପରିବାରବର୍ଗ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଦର୍ଶାଇ ପାରଳା ଥାନାରେ ଲିଖିତ ଅଭିଯୋଗ କରି ଏଥିରେ ସଂମ୍ପୃକ୍ତ ଦୋଷୀଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ରଖିଥିଲେ. ଦୀର୍ଘ ଦିନ ପରେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିଵା ପ୍ରତିବାଦରେ ସୌଦାମିନୀଙ୍କ ମାତା ସୁଜ୍ଞାନୀ ଗମାଙ୍ଗ କିଛି ପରିବାର ବର୍ଗ ପାରଳାଖେମୁଣ୍ଡିର ସିପିଆଇଏମ ଦଳର ସହଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ରିଲେ ଅନଶନ ଆରମ୍ଭ କରିଥିଲେ. ଏହି ରିଲେ ଅନଶନ ଆଜି ୬ ଦିନରେ ପହଂଚିଛି. ହେଲେ ପ୍ରଶାସନ କୌଣସି ଭାବେ ଘଟଣାକୁ ନେଇ କର୍ଣପାତ ନ କରି ଚୁପ ହୋଇ ବସି ରହିଛନ୍ତି ବୋଲି ରିଲେ ଅନଶନରେ ଧାରଣାରତ ସୁଜ୍ଞାନୀ ଗମାଙ୍ଗ, ଦଣ୍ଡପାଣି ରଇତ, ଡି. ଭେଙ୍କେଟ ରାଓ, ଭି. ଜେମ୍ସ, ମୋହିତ ମିଶାଲ, ଏମୁ ବାଙ୍ଗାରି, ଗୋକୁଳ ଦଳ ବେହେରା, ସୁନାମ ମଣ୍ଡଳ, କେ ବାଲକ୍ରିଷ୍ଣା ପ୍ରମୁଖ ଅଭିଯୋଗ କରି ପ୍ରବଳ ଅସନ୍ତୋଷ ବ୍ୟକ୍ତ କରି ଗଜପତି ପ୍ରଶାସନ ଓ ପୋଲିସକୁ କଟୁ ସମାଲୋଚନା କରିଛନ୍ତି. ଏମାନେ ଦାବି କରିଛନ୍ତିଯେ ଗଜପତି ପ୍ରଶାସନ ଓ ପୋଲିସ ସୌଦାମିନୀ ହତ୍ୟା ଘଟଣାରେ ସଂମ୍ପୃକ୍ତ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ରିଲେ ଅନଶନ ଆନ୍ଦୋଳନକୁ ଆମରଣ ଅନଶନ ଆନ୍ଦୋଳନରେ ପରିଣତ କରାଯାଇ ଜିଲ୍ଲା ବ୍ୟାପୀ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ