ସୌଭାଗ୍ୟ ଯୋଜନାରେ ଗ୍ରାମକୁ ବିଦ୍ୟୁତ ସଂଯୋଗର ଶୁଭାରମ୍ଭ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ବଲାଣୀ ଗ୍ରାମପନଚାୟତର ଡୁମୁର୍ଦା ଗ୍ରାମର ମଝି ସାହି, ତଳସାହି ଏବଂ ଲସର୍ଦା ଗ୍ରାମର ବୁରୁ ସାହିରେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗର ରବିବାର ପୂର୍ବାହ୍ନ ୧୦ ଘଟିକାରେ ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବଲାଣୀ ସରପନଚ ବାସନ୍ତୀ ନାଏକ, ଜିଲାପରିଷଦ ସଭ୍ୟା ଜୟନ୍ତୀ ବାନ୍‌ରାଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ କାର୍ତିକେଶ୍ୱର ଖିଲାର, ଡକ୍ଟର ଖିଲାର, ବିନୋଦ ମହାକୁଡ, ଦିଲିପ ଆପଟ, ଗୋବର୍ଦ୍ଧନ ସାହୁ, ଗୌରାଙ୍ଗ ଦାସ ଏବଂ ବିଦ୍ୟୁତ ବିଭାଗର କର୍ମଚାରୀ ଦୁଶାସଃନ ମହାନ୍ତ ଉପସ୍ଥିତ ଥିଲେ । ରବିବାର ଡୁମୁର୍ଦା ଗ୍ରାମରେ ୧୧୬ ଜଣ ଏବଂ ଲସର୍ଦା ଗ୍ରାମରେ ୨୩ ଜଣଙ୍କୁ କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ମାଗଣାରେ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା । ଏହି ଅବସରରେ ସରପନଚ ବାସନ୍ତୀ ନାଏକ କହିଛନ୍ତି ଯେ, ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଏ ଅଂଚଳର ଗରିବ ଲୋକେ ବିଦ୍ୟୁତ ସଂଯୋଗ ପାଇନଥିଲେ । ସେ ସରପନଚ ହେବା ପରେ ବହୁ ଉଦ୍ୟମ କରି ରବିବାର ଏହି ସଫଳତା ମିଳିଥିବାରୁ ସେ ଅତ୍ୟନ୍ତ ଖୁସି ଅନୁଭବ କରୁଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ