ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ବିଜେଡ଼ିର ରାସ୍ତାରୋକ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ନିମାପଡ଼ା,(ସନ୍ତୋଷ କୁମାର ଦାଶ) ପ୍ରଶାସନିକ ଅବହେଳା ପାଇଁ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଙ୍କ ଆତ୍ମହୁତି ଉଦ୍ୟମ ଏବଂ ଶେଷରେ ମୃତ୍ୟ ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି ଏବଂ ଏହା ପ୍ରତିବାଦରେ ଆଜି ନିମାପଡା ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିକ୍ଷୋଭ ଏବଂ ଜାତୀୟ ରାଜପଥ ଅବରୋଧ କରାଯାଇ ଥିଲା। ସୌମ୍ୟାଶ୍ରୀ ଙ୍କୁ ଉପଯୁକ୍ତ ନ୍ୟାୟ ଦାବି ପ୍ରଦାନ କରିବାକୁ ଓ ରାଜ୍ୟ ସରକାର ଙ୍କ ବିଫଳତା ପାଇଁ ଏପରି ନିନ୍ଦନୀୟ ଘଟଣା ଘଟିଥୁବାରୁ ତୁରନ୍ତ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ଇସ୍ତଫା ଦାବି କରି ବିଜେଡ଼ି ପକ୍ଷରୁ ସମସ୍ତ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ନିମାପଡ଼ା ନିର୍ବାଚନ ମଣ୍ଡଳୀ ବିଜେଡ଼ି ନେତା ଦିଲ୍ଲୀପ କୁମାର ନାୟକ ଓ ପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ ଙ୍କ ନେତୃତ୍ବ ରେ ଏହି ରାସ୍ତା ଅବରୋଧ ଓ କୁଶ ପୁତ୍ତଳିକା ଦାହ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ