ସୌମ୍ୟ ପାଇଲେ ଆମାଜିଂ ଇଣ୍ଡିଆନ ଆୱାଡ

ନିମାପଡ଼ା, (ସନ୍ତୋଷ ଦାଶ):ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ ପକ୍ଷରୁ ପ୍ରତିବର୍ଷ ସାମାଜିକ ସ୍ତର ରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଥିବା ବ୍ୟକ୍ତି ବିଶେଷ ଙ୍କୁ ଚିହ୍ନଟ କରାଯାଇ ଆମାଜିଂ ଇଣ୍ଡିଆନ ଆୱାଡ ପ୍ରଦାନ କରାଯାଇ ଆସୁଛି। ଚଳିତ ବର୍ଷ ଏହି ଆୱାଡ ପାଇଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବା ଗ୍ରାମ ର ଯୁବ ସ୍ବେଛାସେବୀ ସୌମ୍ୟ ରଞ୍ଜନ ବିଶ୍ବାଳ। ସୌମ୍ୟ ଙ୍କୁ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଉତ୍ସବ ରେ ଉପ ରାଷ୍ଟ୍ରପତି ଶ୍ରୀ ଯୁକ୍ତ ଜଗଦୀପ ଧନଖର ସମ୍ମାନିତ କରି ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଗତ କୋଭିଡ କଟକଣା ସମୟରେ ସୌମ୍ୟ ଓ ତାଙ୍କ ସଙ୍ଗଠନ ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ତାଙ୍କୁ ଏହି ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଛି ବୋଲି ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି। ସୌମ୍ୟ ଏହି ପୁରସ୍କାର ପାଇ ଆମ ଦେଶ, ରାଜ୍ୟ, ଜିଲ୍ଳା ତଥା ଅସ୍ତରଙ୍ଗ ଅଞ୍ଚଳ କୁ ଗୌରବାନ୍ଵିତ କରିଛନ୍ତି ବୋଲି କହିଛନ୍ତି ବିଜୁ ପଟ୍ଟନାୟକ ପ୍ରାଣୀ ସେବା ପୁରସ୍କାର ପ୍ରାପ୍ତ ସ୍ବେଛାସେବୀ ବିଚିତ୍ରା ନନ୍ଦ ବିଶ୍ବାଳ। ପୁରସ୍କୃତ ହେବା ପରେ ସୌମ୍ୟ ଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ,ରାଜନୈତିକ ବ୍ୟକ୍ତି, ସଙ୍ଗଠନ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ମିଳିବାରେ ଲାଗିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ