ସୌମ୍ୟ ମୃତ୍ୟୁ ରହସ୍ୟ : ବିଦ୍ୟାଭାରତୀଙ୍କର ହେଲା ଲାଇ ଡିଟେକ୍ସନ

ପାରଳାଖେମୁଣ୍‍ଣ୍ଡି, (ଓ୍‍ୱାଇଏନ୍‍ଏସ୍‍) : ଶେଷରେ ବିଦ୍ୟାଭାରତୀ ପଣ୍ଡାଙ୍କର ହେଲା ଲାଇ ଡିଟେକ୍ସନ। ଭୁବନେଶ୍ୱର ସ୍ଥିତ ଷ୍ଟେଟ୍‌ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରିରେ ତାଙ୍କର ଲାଇ ଡିଟେକ୍ସନ୍‌ ଚେଷ୍ଟ ହୋଇଛି। ସେହି ସମୟରେ ତାଙ୍କ ଅନେକ ପ୍ରଶ୍ନ ପଚରା ଯାଇଛି। ବିଦ୍ୟାଭାରତୀ ପଣ୍ଡା ହେଉଛନ୍ତି ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ। ଜୁଲାଇ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆଜି ବିଦ୍ୟାଭାରତୀଙ୍କୁ ୧୦୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିଲା। ଯେମିତି- ଡିଏଫ୍ଓଙ୍କୁ ସେ ଜାଣିଥିଲେ କି ନାହିଁ? ସୌମ୍ୟ କିପରି ଭାବେ ଜଳିଗଲେ? ଘଟଣା ସଂପର୍କରେ କିଏ ପ୍ରଥମେ ଜଣାଇଥିଲା? କାହାର ନିଷ୍ପତ୍ତି କ୍ରମେ ସୌମ୍ୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା? ବୈବାହିକ ଜୀବନରେ କିଛି ବିବାଦ ଥିଲା କି? ମିଳିଥିବା ରିଲେସନସିପ୍ ଏଗ୍ରିମେଣ୍ଟ ସତ ନା ମିଛ? କିଏ ଓ କେତେବେଳେ ସେହି ଏଗ୍ରିମେଣ୍ଟ କରିଥିଲା? ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଡିଟେକ୍ସନ ଟେଷ୍ଟ ବେଳେ ପଚରାଯାଇଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ