ସୌରଶକ୍ତି ବଦଳାଇଛି ମୁଢି ବିକାଳିଙ୍କ ଭାଗ୍ୟ

ସୌରଶକ୍ତି ବଦଳାଇପାରିଛି ମୁଢି ବିକାଳିଙ୍କ ଭାଗ୍ୟ । ବାରମ୍ବାର ବିଦ୍ୟୁତ୍ କାଟ୍ ଯୋଗୁଁ କ୍ଷତି ସହୁଥିବା ଏକ ପରିବାରକୁ ସୌରଚାଳିତ ବିଦ୍ୟୁତ ସେବା ଯୋଗାଇବା ପରେ ପିଲାଛୁଆଙ୍କୁ ପାଠ ପଢ଼ାଇ ଖୁସିରେ ଚଳାଇପାରୁଛନ୍ତି ସୁନନ୍ଦା । ଏବେ ବିନା ବାଧାବିଘ୍ନରେ ମୁଢି ତିଆରି କରୁଛନ୍ତି, ଆଉ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।
ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ମୁଢି ବିକାଳିଙ୍କ ଭାଗ୍ୟ ବଦଳାଇ ଦେଇଛି ସୌରଶକ୍ତି । ହରିଚନ୍ଦନପୁର ବ୍ଲକ ଜଙ୍ଗିରାର ଗାଁର ସୁନନ୍ଦା ସାହୁ ମୁଢି ବ୍ୟବସାୟ କରି ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରୁଛନ୍ତି । ହେଲେ ଏହି ମୁଢି ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଅନେକ ବାଧାବିଘ୍ନ ସାମ୍ନା କରିଛନ୍ତି ସୁନନ୍ଦା । ମୁଢି ଭାଜିବା ସମୟରେ ବିଦ୍ୟୁତ କାଟ ସବୁଠାରୁ ବଡ଼ ସମସ୍ୟା ହୋଇଥିଲା । ହେଲେ ଏହାକୁ ବି ଖୁବ୍ ସୁନ୍ଦର ଭାବେ ଦୂରକରି ନିଜ ବ୍ୟବସାୟକୁ ଆଗକୁ ବଢ଼ାଇଛନ୍ତି ସୁନନ୍ଦା । ବିଦ୍ୟୁତ ସମସ୍ୟା ଦୂର କରିବା ପାଇଁ ସୌରଶକ୍ତି ଚାଳିତ ବିଦ୍ୟୁତ ଉତ୍ସ ସ୍ଥାପନ କରିଛନ୍ତି । ଆଉ ଏବେ ବିନା ବାଧାରେ ମୁଢି ଉତ୍ପାଦନ କରି ବଜାରରେ ବିକ୍ରି କରୁଛନ୍ତି ସୁନନ୍ଦା । ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ବାରମ୍ବାର ବିଦ୍ୟୁତ କାଟ ହୁଏ । ତେଣୁ ମୁଢି ଭାଟିରେ କାମ କରିବା ଅସମ୍ଭବ ହୋଇପଡ଼େ । ଭାଟିରେ ଚାଉଳ ପଡ଼ି ଭଜା ହେଉଥିବାବେଳେ ବିଦ୍ୟୁତ୍ କାଟ୍ ହେଲେ ଚାଉଳ ନଷ୍ଟ ହୋଇଯାଏ । ତେଣୁ ସନନ୍ଦାଙ୍କୁ କ୍ଷତି ସହିବାକୁ ପଡୁଥିଲା । ଏହି ସମସ୍ୟାକୁ ଦୂର କରି ସୌରଚାଳିତ ଶକ୍ତି ଉତ୍ସର ସହାୟତା ନେବାକୁ ମନେମନେ ସ୍ଥିର କଲେ ସୁନନ୍ଦା । ଆଉ ତାଙ୍କୁ ଏ ଦିଗରେ ସହଯୋଗ କରିଛି କେନ୍ଦୁଝର ଏସ୍‌ଜି ଫାଉଣ୍ଡେସନ ନାମକ ସ୍ୱେଚ୍ଛାସେବୀ ସଂଗଠନ । ଏହି ସଂଗଠନ ଜରିଆରେ ବେଙ୍ଗାଲୁରୁର ଏକ ସଂସ୍ଥା ସହାୟତାରେ ସୌରଶକ୍ତି ଚାଳିତ ବିଦ୍ୟୁତ ଉତ୍ସ ସ୍ଥାପନ କରିଛନ୍ତି ମୁଢି ବ୍ୟବସାୟୀ ସୁନନ୍ଦା । ଆଉ ଏବେ ବିନା ବାଧାରେ ମୁଢି ଉତ୍ପାଦନ କରି ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ବିଦ୍ୟୁତ ସଂରକ୍ଷଣ ସାଙ୍ଗକୁ ଅନ୍ୟପଟେ ଘଟୁଥିବା କ୍ଷତିକୁ ଭରଣା ଦିଗରେ ସୁନନ୍ଦା ସକ୍ଷମ ହୋଇପାରିଛନ୍ତି । ସୁନନ୍ଦାଙ୍କ ଭଳି ଅନା କ୍ଷେତ୍ରରେ ମଧ୍ୟ ଶକ୍ତି ସଂରକ୍ଷଣ ସହ ପାରମ୍ପାରିକ ଶକ୍ତିକୁ ସଦୁପଯୋଗ କରାଯାଇପାରନ୍ତା ତେବେ ଉପୁଜୁଥିବା ଶକ୍ତି ସଙ୍କଟ ଦୂରୀକରଣ ହୋଇପାରନ୍ତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ