ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ ରିଲିଫ ବଣ୍ଟନ ଅବ୍ୟାହତ
(ଯୁଗାଦ୍ଦ ନ୍ୟୁଜ) ଫନି ଚାଲିଯାଇଛି ସତ, କିନ୍ତୁ ଯେଉଁ ଅଭାବନୀୟ ପରିସ୍ଥିତି ଛାଡି ଯାଇଛି ତାହାର ଦୁଃଖ ଓ ଯନ୍ତ୍ରଣାରେ ବର୍ତ୍ତମାନ ସୁଦ୍ଧାବି ଲୋକମାନେ ଅତିଷ୍ଠ । ପ୍ରଭାବିତ ଅଞ୍ଚଳର ବିଭିନ୍ନ ଜାଗାରେ ଭଙ୍ଗା ଗଛ ଡାଳ ସହ କୁଢ଼ କୁଢ଼ ଅଳିଆ ଓ ଆବର୍ଜନା ଯେଉଁ ପୂର୍ତ୍ତ ଗନ୍ଧମୟ ଅବସ୍ଥା ସୃଷ୍ଟି କରିଛି ତାହା ଲୋକଙ୍କ ପାଇଁ ଏକ ସମସ୍ୟା ଭାବେ ଛିଡା ହୋଇଛି । ଜିଲ୍ଲାର ବିଭିନ୍ନ ଜାଗାରେ ସ୍କାଉଟ ଓ ଗାଇଡ୍ମାନେ ସେ ଅଞ୍ଚଳକୁ ସଫା ସୁତରା କରିବା ସହିତ ପ୍ରଭାବିତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରିବା କାର୍ଯ୍ୟ ଅବ୍ୟାହତ ରଖିଛନ୍ତି । କେବଳ ଭୁବନେଶ୍ୱର ନୁହେଁ ଅନ୍ୟାନ୍ୟ ସହରରେ ମଧ୍ୟ ଜଳଛତ୍ର ବୁଥ୍ ମାଧ୍ୟମରେ ଥଣ୍ଡା ପାନୀୟ ଜଳ ବିତରଣ ଅଦ୍ୟାବଧି ଚାଲୁ ରହିଛି ।


