ସ୍କାଉଟସ୍ ଗାଇଡସ୍ ତରଫରୁ : ରାମ ନବମୀ ସେବା ଶିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଏବଂ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ପବିତ୍ର ଶ୍ରୀ ରାମ ନବମୀ ଅବସରରେ ସେବା କାର୍ଯ୍ୟ ଯୋଗାଇଦେଇଥିଲେ । ଓଡିଶାର ବିଭିନ୍ନ ମହାବିଦ୍ୟାଳୟରୁ ମୋଟ ୭୦ ଜଣ ରୋଭରଙ୍କୁ ନେଇ ଏହି ସେବା ଶିବିର ଆୟୋଜନ କରାଯାଇଅଛି । ଖରା ଓ ଗରମ ଦାଉରୁ ଭକ୍ତମାନଙ୍କୁ ରକ୍ଷା ପାଇବା ପାଇଁ ରୋଭରମାନେ ଭକ୍ତମାନଙ୍କୁ ଦହି ପାଣି, ଥଣ୍ଡା ପାନୀୟଜଳ ବଣ୍ଟନ କରିବା ସଙ୍ଗେ ସଙ୍ଗେ ଖରା ତାତିରୁ ରକ୍ଷା ପାଇବା ପାଇଁ ଭକ୍ତମାନଙ୍କ ଉପରେ ସ୍ପ୍ରେୟର ସାହାଯ୍ୟରେ ପାଣି ସିଞ୍ଚନ କରିଥିଲେ, ଚାଲିବା ସ୍ଥାନରେ ପାଣି ଢ଼ାଳି ରାସ୍ତାକୁ ଥଣ୍ଡା ରଖୁଥିଲେ, ଲୋକମାନଙ୍କୁ ସୁବିଧାରେ ଦର୍ଶନ କରିବା ପାଇଁ ଲାଇନ୍ ମାଧ୍ୟମରେ ଲୋକମାନଙ୍କୁ ଭିତରକୁ ପ୍ରବେଶ କରାଉଥିଲେ, ମନ୍ଦିର ପରିସରରେ ଥିବା ଦୀପସ୍ଥାନ ଏବଂ ରାସ୍ତାରେ ପଡିଥିବା ଅଳିଆ ଆବର୍ଜନାକୁ ସଫା କରୁଥିଲେ, ଅସୁସ୍ଥ ଲୋକମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ । ଏତଦ୍ ବ୍ୟତୀତ ଜନଗହଳିକୁ ଏଡାଇବା ପାଇଁ ପୋଲିସ ଏବଂ ଟ୍ରାଫିକ୍ ମାନଙ୍କୁ ସାହାଯ୍ୟ କରୁଥିଲେ ।