ସ୍କାଉଟ୍ ଓ ଗାଇଡ୍ ତରଫରୁ କୋଭିଡ୍-୧୯ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ ତରଫରୁ କୋଭିଡ୍-୧୯ ତଥା କରୋନାକୁ ପ୍ରତିହତ କରିବାପାଇଁ ଗୋଷାଣୀ ବ୍ଲକର ବିଭିନ୍ନ ପଞ୍ଚାୟତର ଗ୍ରାମଗୁଡିକରେ ମାସ୍କ ବଣ୍ଟନ ଓ ବିଶୋଧନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ଅଙ୍ଗନବାଡିକର୍ମୀ, ଆଶାକର୍ମୀ, ସମାଜସେବୀ ଓ ସ୍ଥାନୀୟ ବୁଦ୍ଧିଜିବୀମାନେ ସହଯୋଗ କରିଥିଲେ । ଏହିଭଳି ସଚେତନତା କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ସ୍କାଉଟ ଓ ଗାଇଡର ମୁଖ୍ୟ କମିଶନର ପ୍ରଦୀପ କୁମାର ନାଗଙ୍କ ତତ୍ୱାବଧାନରେ ଭାରତ ସ୍କାଉଟ ଓ ଗାଇଡ ରାଜ୍ୟ ମୁଖ୍ୟ କମିଶନର କାଳୀପ୍ରସାଦ ମିଶ୍ରଙ୍କ ଦିଗ୍ଦର୍ଶନରେ ଜିଲ୍ଲା ସମ୍ପାଦକ ସଞ୍ଜୟ କୁମାର ପାତ୍ର, ଖେଳ ଶିକ୍ଷକ ଅଭିନ୍ନ ବାସୁଦେବ ମିଶ୍ର, ପର୍ଶୁରାମ ଗୁରୁକୁଳ ମହାବିଦ୍ୟାଳୟର ଅଧ୍ୟାପକ ଶଶିକାନ୍ତ ମହାପାତ୍ରଙ୍କ ସହଯୋଗରେ ଅନୁଷ୍ଠିତ ହୋଇଛି ।


