ସ୍କାଉଟ୍ ଗାଇଡ଼୍ ତରଫରୁ ଅଭିନବ ଜନ୍ମଦିନ ପାଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ଜନ୍ମଦିନ ଉପଲକ୍ଷେ ରାଜ୍ୟ ମୁଖ୍ୟ କମିଶନରଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ରସୁଲଗଡସ୍ଥିତ ମୋହିନି ପ୍ରମିଳା ଜରା ନିବାସ ଯାଇ ସେଠାରେ ଥିବା ବୃଦ୍ଧ ବୃଦ୍ଧା ଲୋକମାନଙ୍କୁ ଭେଟି ସେମାନଙ୍କର ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହିତ ଶୀତ ଦିନରେ ସେମାନେ ଶୀତରୁ ରକ୍ଷା ପାଇବା ପାଇଁ ଜରା ନିବାସରେ ଥିବା ୪୦ରୁ ଊର୍ଦ୍ଧ୍ୱ ଲୋକମାନଙ୍କୁ ରାଜ୍ୟ ମୁଖ୍ୟକମିଶନର ଶ୍ରୀ ମିଶ୍ର ଗୋଟିଏ ଗୋଟିଏ କମ୍ବଳ ଦେବା ସହିତ ସେମାନଙ୍କ ଲାଗି ଖାଦ୍ୟ ଏବଂ ପାନୀୟ ଦେଇଥିଲେ । ଜରା ନିବାସରେ ଥିବା ଅନ୍ତେବାସୀମାନେ ଡଃ ମିଶ୍ରଙ୍କୁ ଏଭଳି କାର୍ଯ୍ୟ କରିଥିବାରୁ ବହୁତ ପ୍ରଶଂସା କରିବା ସହିତ ଆଶିର୍ବାଦ ପ୍ରଦାନ କରିଥିଲେ ।ଏହି ଅବସରରେ ଡଃ. ମିଶ୍ରଙ୍କ ସହିତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଚନ୍ଦ୍ରଶେଖରପୁରସ୍ଥିତ ଏକ ଅନାଥ ଆଶ୍ରମ ଯାଇ ଛୋଟ ଛୋଟ ପିଲାମାନଙ୍କ ଗହଣରେ କେକ୍ କାଟି ଜନ୍ମଦିନ ପାଳନ କରିବା ସହିତ ସମସ୍ତ ପିଲାମାନଙ୍କୁ କେକ୍ ଦେବା ସହିତ ସ୍କୁଲ ବ୍ୟାଗ, ଖାତା, ପେନ୍‌ସିଲ୍ ଏବଂ ଚକ୍‌ଲେଟ୍ ଦେଇଥିଲେ । ଏହି ଜିନିଷ ପାଇବା ପରେ ପିଲାମାନଙ୍କ ମନରେ ଖୁସିର ଲହରି ଖେଳିଯାଇଥିଲା । ଏଭଳି ଅଭିନବ ଭାବରେ ପିଲାମାନଙ୍କ ଗହଣରେ ନିଜର ଜନ୍ମଦିନଟିକୁ ପାଳନ କରିଥିବାରୁ ରାଜ୍ୟ ମୁଖ୍ୟ କମିଶନର ନିଜର ଖୁସିବ୍ୟକ୍ତ କରିବା ସହିତ ରାଜ୍ୟମୁଖ୍ୟାଳୟର ସମସ୍ତ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ