ସ୍କାଉଟ୍ ଗାଇଡ୍ ଓ ଯୁବ ରେଡକ୍ରସର ଦୀକ୍ଷା ଗ୍ରହଣ ଉତ୍ସବ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକଙ୍କ ନିର୍ଦ୍ଦେଶ ମୁତାବକ ହିଞ୍ଜିଳିକାଟୁ ପୌରାଞ୍ଚଳ ବୃନ୍ଦାବନ ନାୟକ ଇଂରାଜୀ ମାଧ୍ୟମାିକ ବିଦ୍ୟାଳୟରେ ଶନିବାର ସ୍କାଉଟ୍ ଗାଇଡ୍ ଓ ଯୁବ ରେଡକ୍ରସର ଦୀକ୍ଷା ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡଃ. ନିହାର ରଞ୍ଜନ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସହକାରୀ ସ୍କାଉଟ କମିଶନର ତଥା ଗଣ୍ଡଳା ଗଣେଶ ବିଦ୍ୟାପିଠର ପ୍ରଧାନ ଶିକ୍ଷକ ରାମହରି ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆୟୋଜକ ସ୍କାଉଟ କମିଶନର ତଥାଏସପିଏ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ପଣ୍ଡା, ସ୍କାଉଟ ପ୍ରଶିକ୍ଷକ ଟୁନା ବିଷୋୟୀ ଓ ଗାଇଡ୍ କ୍ୟାପେଟନ ଜଲିତା କୁମାରୀ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ବୃନ୍ଦ ସ୍କାଉଟ ଗାଇଡ୍ ଓ ଯୁବ ରେଡକ୍ରସର ଲକ୍ଷ୍ୟ ଓ ଆଭିମୁଖ୍ୟ ସର୍ମ୍ପକରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଅଧ୍ୟକ୍ଷା ଲିଲିରାଣୀ ନାୟକ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଓ ଶିକ୍ଷାର୍ଥୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ ।


