ସ୍କାଉଟ ଗାଇଡ଼ସ ପକ୍ଷରୁ କରୋନା ସଚେତନତା ଓ ସୁରକ୍ଷା ସାମଗ୍ରୀ ବଣ୍ଟନ

ଗଞ୍ଜାମ,(ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲ୍ଲା ସ୍କାଉଟ ଓ ଗାଇଡସ ପକ୍ଷରୁ ଗଞ୍ଜାମ ଗୋଷ୍ଟି ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ ଓ ସୁରକ୍ଷା ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ଼ସ ର ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି କାଳୀପ୍ରସାଦ ମିଶ୍ର ଙ୍କ ଦ୍ଵାରା ପ୍ରେରିତ ଓ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ନିର୍ଦ୍ଦେଶରେ ଜିଲ୍ଲାସମ୍ପାଦକ ଭାଗିରଥି ସ୍ବାଇଁ ଙ୍କ ନେତୃତ୍ବରେ ଗଞ୍ଜମ ଭାରପ୍ରାପ୍ତ ଗୋଷ୍ଠି ଶିକ୍ଷାଧିକାରୀ ବିଜୟ ଚନ୍ଦ୍ର ବେହେରା ଙ୍କୁ ମାସ୍କ, ସାବୁନ, ସାନିଟାଇଜ଼ର, ଗ୍ଲୋବସ,ହ୍ୟାଣ୍ଡୱାସ, ଇତ୍ୟାଦି କରୋନା ସୁରକ୍ଷା ସାମଗ୍ରୀ ପ୍ରଦାନ କରିଥିଲେ । ଏହି ସାମଗ୍ରୀ ସିଆରସିସି ମାନଙ୍କ ଦ୍ୱାରା ଗଞ୍ଜାମ ବ୍ଲକର ବିଭିନ୍ନ ଗ୍ରାମରେ ଗରିବ, ଅସାହୟ ଲୋକଙ୍କୁ ବଣ୍ଟନ କରାଯିବ ବୋଲି ଜଣାପଡିଛି । ଏହି ସାମଗ୍ରୀ ପ୍ରଦାନ ସମୟରେ ସହ ଜେ. ଆର.ସି-ଭିକାରୀ ଚରଣ ଗୌଡ଼, ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ, ମଧୁସୂଦନ ମିଶ୍ର, ଜୟକୃଷ୍ଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସଚେତନତା କରାଯାଇଥିଲା, ଅନ୍ୟମାନଙ୍କ ମଧ୍ୟରେ ସ୍କାଉଟ ଗାଇଡସ ର ସୁନିଲ ଦାସ,ଭଞ୍ଜକିଶୋର ବିଶ୍ବାଳ, କ୍ଷୀରୋଜାବଳ ସଙ୍ଘ ସାମନ୍ତ, ଅର୍ଚ୍ଚନା ପାଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।ଏହା ଗଞ୍ଜାମ ଜିଲ୍ଲାର ସମସ୍ତ ଗୋଷ୍ଟି ଶିକ୍ଷାଧିକାରୀ କାର୍ଯ୍ୟାଳୟ କୁ ପାଞ୍ଚଦିନ ମଧ୍ୟରେ ବଣ୍ଟନ କରାଯିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ