ସ୍କାଉଟ ଗାଇଡ୍ମାନଙ୍କ ଦ୍ୱାରା ଫନି କ୍ଷୟକ୍ଷତିର ମୁକାବିଲା

(ଯୁଗାଦ୍ଦ ନ୍ୟୁଜ) , ରାଜ୍ୟ ସ୍କାଉଟ ଗାଇଡ୍ ସଂସ୍ଥାର ନିର୍ଦ୍ଦେଶ ମୁତାବକ ଫନି ପ୍ରଭାବିତ ଜିଲ୍ଲାମାନଙ୍କରେ ବିଭିନ୍ନ ଗ୍ରାମରେ ଫନି ଗଲାପରେବି ସ୍କାଉଟ ଓ ଗାଇଡ୍ମାନେ ସେମାନଙ୍କର ସେବାକାର୍ଯ୍ୟ ଅଦ୍ୟାବଧି ଜାରି ରଖିଛନ୍ତି । ରିଲିଫ ବଣ୍ଟନ କାର୍ଯ୍ୟସହ ଭିନ୍ନ ଭିନ୍ନ ଜାଗାରେ ଗଛର ଡାଳ ପତ୍ର ଭାଙ୍ଗି ଜମାହୋଇ ଯିବାରୁ ଯେଉଁ ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି, ଦୈନନ୍ଦିନ ସ୍କାଉଟ ଓ ଗାଇଡ୍ମାନେ ସେ ସବୁ ଆବର୍ଜନାକୁ ସଫାକରି ସୁସ୍ଥ ପରିବେଶ ପାଇଁ ଉଦ୍ୟମ କରିଚାଲିଛନ୍ତି । ତତ୍ସହିତ ବିପର୍ଯ୍ୟୟ ପରିମଳ ବ୍ୟବସ୍ଥା ଦ୍ୱାରା ରୋଗ ସଂକ୍ରମିତ ଅଞ୍ଚଳରେ ମଧ୍ୟ ଆନୁସଂଗିକ ପ୍ରତିକାର ବ୍ୟବସ୍ଥା କରିବାରେ ସହାୟତା ପ୍ରଦାନ କରୁଛନ୍ତି । ପ୍ରଭାବିତ ଜନସାଧାରଣ ସ୍କାଉଟ ଓ ଗାଇଡ୍ମାନଙ୍କର ପ୍ରଶଂସନୀୟ କାର୍ଯ୍ୟ ଯୋଗୁ ଆଶ୍ୱସ୍ତି ଲାଭ କରିଥିବାର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ