ସ୍କାଉଟ ଗାଇଡ୍ ମାନଙ୍କ ଦ୍ୱାରା ରକ୍ଷାବନ୍ଧନ ଉତ୍ସବ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ ଅବସରରେ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ଏବଂ ଗାଇଡସ୍ ତରଫରୁ ଗାଇଡସ୍ମାନେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରୁଖ, ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ସମବାୟ ତଥା ସଭାପତି ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଅତନୁ ସବ୍ୟସାଚୀ ନାୟକ, ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ମାନ୍ୟବର ସମୀର ରଞ୍ଜନ ଦାଶ, ମାନ୍ୟବର ବିଧାୟକ ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା, ଟି. ପ୍ରସାଦ ରାଓ ଦୋରା, ପୋଲିସ୍ କମିଶନର ସୌମ୍ୟନ୍ଦ୍ରେ ପ୍ରିୟଦର୍ଶୀ ଏବଂ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ହାତରେ ରାକ୍ଷୀ ବାନ୍ଧି ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଛନ୍ତି । ଓଡିଶାର ସମସ୍ତ ଜିଲ୍ଲାରେ ଗାଇଡ୍ମାନେ କୋଭିଡ୍ ନିୟମ ମାନି ରେଲୱେ ଷ୍ଟେସନ, ଜେଲ୍, ବିଭିନ୍ନ ଛକମାନଙ୍କରେ କୋଭିଡ୍ ଯୋଦ୍ଧାନାମରେ ପରିଚିତ କାର୍ଯ୍ୟରତ ଥିବା ପୋଲିସ୍ର କର୍ମକର୍ତ୍ତା, ଟ୍ରାଫିକ୍ କର୍ମକର୍ତ୍ତା ଏବଂ ଜନସାଧାରଣମାନଙ୍କୁ ରାକ୍ଷୀ ବାନ୍ଧି ଆଜିର ପବିତ୍ର ଦିବସଟିକୁ ପାଳନ କରିଥିଲେ । ଏତଦ୍ବ୍ୟତୀତ ରେଞ୍ଜରମାନେ ଦେଶର ବର୍ଡରରେ କାମ କରୁଥିବା ଜବାନ ମାନଙ୍କ ପାଇଁ ମଧ୍ୟ ରାକ୍ଷୀ ପଠାଇଥିଲେ ।


