ସ୍କାଉଟ ଗାଇଡ଼ ପକ୍ଷରୁ ମାସ୍କ ବଂଟନ ଓ କରୋନା ସଚେତନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରି ଚାଲିଥିବା ବେଳେ ବର୍ତମାନ ଗଞ୍ଜାମ ଜିଲ୍ଲାରେ ସ୍ଥିତି ନିନ୍ତ୍ରତଣାଧିନ ରହିଛି । ଗଞ୍ଜାମ ଜିଲ୍ଲାରୁ କରୋନା ବିପଦ ସମ୍ପୁର୍ଣ୍ଣ ଟଳିନଥିବା ବେଳେ ବର୍ତମାନ ସ୍ଥିତିରେ ଆମ୍ଭକୁ ସାବଧାନ ସହକାରେ କୋଭିଡ଼ ନିୟମ ମାନି ଚଳିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ୨୪ ତାରିଖ ଠାରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ କୋଭିଡ଼ ସପ୍ତାହ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କୋଭିଡ଼ ସପ୍ତାହ ପାଳନର ୪ର୍ଥ ଦିବସ ସେମାବାର ଦିନ ଗଞ୍ଜାମ ଜିଲ୍ଲା ସ୍କେଉଟ ଓ ଗାଇଡ଼ ପକ୍ଷରୁ ସ୍ଥାନୀୟ ପୌରାଂଚଳ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତକା ଦେଖାଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ତହସିଲଦାର ଜନ୍ମେଞ୍ଜୟ ସାହୁ ପ୍ରମୁଖ ଯୋଗଦେଇ କରୋନା ରୋଗର ପ୍ରତିକାର ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପରବର୍ତି ସମୟରେ ସ୍କାଉଟ ଗାଇଡ଼ କ୍ୟଡ଼େଟ ମାନେ କରୋନା ସଚେତନତା ନେଇ ସ୍ଳୋଗାନ ଦେବା ସହ ହାତରେ ପ୍ଳାକାର୍ଡ଼ ଧରି ର‌୍ୟାଲିରେ ନଗର ପରିକ୍ରମା କରିଥିଲେ ଓ ମାସ୍କ ବଂଟନ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସ୍କାଉଟ କମିଶନର ଏସ, ଗିରିଧାରୀ, ଜିଲ୍ଲା ଗାଇଡ଼ କମିଶନର ଶାନ୍ତିଲତା ମୁନି, ଆଇପିଇ ଭାଗୀରଥି ସ୍ୱାଇଁ, ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ସ୍କାଉଟ ଗାଇଡ଼ କ୍ୟାପେଟନ୍ ଲାଲ ମୋହନ ସାହୁ, ଶିକ୍ଷୟତ୍ରୀ ଭାରତୀ ଚୌଧୁରୀ, ଗାୟତ୍ରୀ ଚୌଧୁରୀ, ଜିଲ୍ଲା ସ୍କାଉଟ ମାଷ୍ଟର ରାମହରି ସାହୁ, ଲକ୍ଷ୍ମୀ ନାରାୟଣ ପଣ୍ଡା, ରାମଚନ୍ଦ୍ର ବିଷୋୟୀ, ଶମ୍ଭୁପ୍ରିୟା ରାଉତ, ରାଜେଶ ପାତ୍ର, ଧୀରସମିର ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ