ସ୍କାଉଟ ରୋଭେର ରେଞ୍ଜର ୟୁନିଟର ଦୀକ୍ଷା ଗ୍ରହଣ ଉତ୍ସବ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-କ୍ଷତ୍ରିୟବରପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍କାଉଟ ରେଞ୍ଜର ରୋଭେର ୟୁନିଟ ତରଫରୁ ଦୀକ୍ଷା ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଏଥିରେ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରୋଭେର ରେଞ୍ଜରେ ନୂତନ ଭାବେ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳା ଏବଂ ସମୟାନୁବର୍ତ୍ତିତା ହେବା ପାଇଁ କହିଥିଲେ |କେନ୍ଦୁପଦର ମହାବିଦ୍ୟାଳୟ ରୋଭେର ଲିଡ଼ର ତଥା ସହ ଜ଼ିଲ୍ଲା ସଂଯୋଜକ ସୁଶାନ୍ତ କୁମାର ବେହେରା ଉପସ୍ଥିତ ରହି ଦୀକ୍ଷା ଦେଇଥିଲେ |ଅନୁଷ୍ଠାନର ରୋଭେର ଲିଡର ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିଲେ |ଏଥିରେ ବର୍ଷା ପ୍ରିୟ ଦର୍ଶନୀ, ସ୍ଵାଗତିକା ଶିବ, ରାଜେଶ, ତାରିଣୀ ସହଯୋଗ କରିଥିବାବେଳେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କପିଳ ସାହୁ, କୁମୁଦ ଚନ୍ଦ୍ର ମହାପାତ୍ର, ବିବେକାନନ୍ଦ କର, ପିଙ୍କି ପଲାଇ, ମଧୁସ୍ମିତା ପ୍ରଧାନ, ସ୍ୱରୂପା ରାଣୀ ବିଶ୍ୱାଳ, ଦିପୁ ଭୂୟାଁ, ସଞ୍ଜୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ |ରେଞ୍ଜର ଲିଡର ସନ୍ତୋଷିନୀ ପରିଡା ଧନ୍ୟବାଦ ଦେଇଥିଲେ I


