ସ୍କାଉଟ ଶିକ୍ଷକଙ୍କ କରୋନା ସଚେତନତା କାର୍ଯ୍ୟ

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ବ୍ଲକର ତାଳସାକର ଗ୍ରାମର ମହାମାୟୀ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଗାଇଡ଼ ଶିକ୍ଷକ ବି ଗୋପାଳ ଚନ୍ଦ୍ର ପାତ୍ର ଜନସାଧାରଣଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନତା କରୁଥିବା ଦେଖାଦେଇଛି। ମହାମାୟୀ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଗାଇଡ଼ ଶିକ୍ଷକ ବି ଗୋପାଳ ଚନ୍ଦ୍ର ପାତ୍ର ପ୍ରତିଦିନ ସ୍କାଉଟ ପୋଷାକ ପରିଧାନ କରି ଘରକୁ ଘର ବୁଲି ସାବୁନ ବାଣ୍ଟିବା ସହ କେଉଁ ପ୍ରଣାଳୀରେ ହାତ ସଫା କରାଯିବ ନିଜ ଉପସ୍ଥିତରେ ଲୋକମାନଙ୍କୁ ବୁଝାଇଥାନ୍ତି। ଏଥିସହ ଘରେ ରହିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ପ୍ରଭୃତି ବିଷୟରେ ପରାମର୍ଶ ଦେଇ ସରକାରୀ ନିୟମକୁ ପାଳନ କରିବାକୁ କହୁଛନ୍ତି।ଏହିସବୁ ବିଷୟ ପ୍ରତି ସତର୍କ ରହିଲେ କରୋନା ଭୂତାଣୁର ସଂକ୍ରମଣରୁ ମୁକ୍ତି ପାଇ ପାରିବା ବୋଲି ସଚେତନତା କରିଥିଲେ।ଶ୍ରୀ ପାତ୍ର ପ୍ରତିଦିନ ବୁଲା ଗାଈ ଓ କୁକୁର ମାନଙ୍କୁ ମଧ୍ୟ ଖାଦ୍ୟ ଦେଉଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ