ସ୍କିଲ୍ ଡେଭଲପ୍ମେଂଟ୍ କର୍ପୋରେସନ୍ ସହିତ ଜର୍ମାନୀର ବୁଝାମଣା
ଭାରତୀୟ ପ୍ରତିଭାମାନଙ୍କ ଦକ୍ଷତା ବିକାଶ ପାଇଁ ଜାତୀୟ ସ୍କିଲ୍ ଡେଭଲପ୍ମେଂଟ୍ କର୍ପୋରେସନ୍(ଏନ୍ଏସ୍ଡିସି) ପକ୍ଷରୁ ଜର୍ମାନୀ ସହିତ ଜଏଂଟ୍ ଡିକ୍ଲାରେଶନ୍ ଅଫ୍ ଇଂଟେଟ୍ ବୁଝାମଣା ହୋଇଛି । ଏହା ଅନ୍ତର୍ଗତ ଜର୍ମାନୀର ଫେଡେରାଲ ମିନିଷ୍ଟ୍ରି ସହିତ ଆର୍ଥିକ ବିକାଶ ଏବଂ ସହଯୋଗ ପାଇଁ ଚୁକ୍ତି ସ୍ୱାକ୍ଷର କରାଯାଇଛି । ଏନେଇ ଭାରତୀୟ ସିଏମେନ୍ ଲିମିଟେଡ୍ ସହିତ ଡୁଆଲ୍ ଭିଇଟି ପ୍ରୟାସ ଲାଗି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ଭାରତୀୟ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ । ଭାରତୀୟ ଯୁବବର୍ଗଙ୍କୁ ଏହି ବୁଝାମଣା ମାଧ୍ୟମରେ ତାଲିମ୍ ପରେ ବିକଳ୍ପ ଶକ୍ତି ଉତ୍ସ, ଇ-ମୋବିଲିଟି ଏବଂ ଏନର୍ଜି ଏଫିସିଏନ୍ସି ଆଦି ସେକ୍ଟରରେ ନିଯୁକ୍ତି ମିଳି ପାରିବ । ଚୁକ୍ତି ସ୍ୱାକ୍ଷର ଅବସରରେ ପାର୍ଲାେମେଂଟାରୀ ଷ୍ଟେଟ୍ ସେକ୍ରେଟାରୀ ନୋବର୍ଟ ବାର୍ଥହାଲେ, ଫେହେରାଲ ମିନିଷ୍ଟ୍ରି ଅଫ୍ ଏଜୁକେଶନ୍ର ସୁଶ୍ରୀ ଅନଜା କାରଲିକ୍ଲେକ୍, ପର୍ସନାଲ ସେକ୍ରେଟାରୀ ସୁଶ୍ରୀ କୋମିଲିଆ ଗ୍ରୋଇଚି, ଏସିଆ ବିଭାଗ ଉପମୁଖ୍ୟ ଫିଲିପ୍ ନିଲ୍, ଆର୍ଥର୍ିକ ସହଯୋଗ ଏବଂ ବିକାଶ ମୁଖ୍ୟ ସୁଶ୍ରୀ କ୍ରିଷ୍ଟିଆନେ ହିରୋନିମୋସ୍, ବରିଷ୍ଠ ନୀତି ଅଧିକାରୀ ସୁଶ୍ରୀ ତନଜା ବାୟୁର, ୟୁରୋପିଆନ୍ ଏବଂ ଅନ୍ତର୍ଜାତୀୟ ଶିକ୍ଷା ସହଯୋଗ ମହାନିର୍ଦ୍ଦେଶକ ସୁଶ୍ରୀ ସୁସାନେ ବର୍ଗର, ବେସିକ୍ ରିସର୍ଚ୍ଚ ଉପ ମହାନିର୍ଦ୍ଦେଶକ ଡ. ଭୋଲକ୍ମାର୍ ଡାଏଟଜ୍ ପ୍ରମୁଖ ଉପସ୍ଥିତ ଥିଲେ ।


