ସ୍କୁଟିକୁ ଧକ୍କା ଦେଲା ଟିପର; ଅଳ୍ପକେ ବର୍ତ୍ତିଲେ ଚାଳକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ସକାଳ ୮ଟା ସମୟରେ ବନ୍ତ ବ୍ଲକ ଆଗରପଡା ଥାନା ଅଧିନ କାଣ୍ଡବା ପୋଲ ଶେଷ ଭାଗରେ ଏକ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ସ୍କୁଟି ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି । ସ୍କୁଟି ଚାଳକ ଜଣକ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ମାଙ୍କଡପଡା ପଞ୍ଚାୟତ ଖଡିଖାଣିଆ ଗ୍ରାମର ଗାଲୁ ସିଂ(୨୮) ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି । ସେ ଭଣ୍ଡାରିପୋଖରୀ ବ୍ଲକ ମୋବାରକପୁର ହାଇସ୍କୁଲର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ସେ ସ୍କୁଟି ଯୋଗେ ବିଦ୍ୟାଳୟକୁ ଯାଉଥିବା ଜଣାଯାଇଛି । ପ୍ରକାଶ ଯେ( ଓଡି-୨୨କ୍ୟୁ-୦୦୯୩) ନମ୍ବର ବିଶିଷ୍ଟ ବାଲି ବୋଝେଇ ଟିପର ଆଗରପଡାରୁ କୁପାରୀ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ସ୍କୁଟି ଆସୁଥିଲା । କାଣ୍ଡବା ପୋଲ ତଳକୁ ସ୍କୁଟି ଚାଳକ ଠିକ୍ ପାଶ୍ୱର୍ରେ ଆସୁଥିବା ବେଳେ ଟିପର ଚାଳକ ଭାରସାମ୍ୟ ହରାଇ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଚାଳକ ଜଣକ ଗାଡିରୁ ନୟନଯୋରୀକୁ ଡେଇଁ ପଡିଥିଲେ । ଆସନ୍ନ ମୃତ୍ୟୁରୁ ସ୍କୁଟି ଚାଳକ ଜଣକ ରକ୍ଷା ପାଇଯାଇଥିଲେ ହେଁ ଡେଇଁ ପଡିବା ଫଳରେ ଆହତ ହୋଇଥିବା ଜଣାଯାଇଛି, ଦୁର୍ଘଟଣାରେ ସ୍କୁଟି ଟି ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି । ଖବର ପାଇ ଘଟଣା ସ୍ଥଳରେ ଆଖପାଖ ଅଞ୍ଚଳର ଲୋକେ ରୁଣ୍ଡିଭୂତ ହୋଇଯାଇଥିଲେ । ପରେ ଆଗରପଡା ପୋଲିସ ଓ ବନ୍ତ ତହସିଲଦାର ଇନ୍ଦିରା ସାହୁ ଘଟଣା ସ୍ଥଳରେ ପହଞ୍ôଚ ବାଲି ବୋଝେଇ ଟିପରକୁ ଜବତ କରିବା ସହ ଚାଳକକୁ ଥାନାକୁ ଅଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ