ସ୍କୁଟି ଓ ବାଇକ ମୁହାଁମୁହିଁ ଧକ୍କା ,୨ଗୁରୁତର
ଭଞ୍ଜନଗର, (ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଡିହପଢ଼ାଳ ଗ୍ରାମର ବାବୁଲା ଭୂୟାଁ ଙ୍କର ୧୮ ବର୍ଷ ର ପୁଅ ରାଜେନ୍ଦ୍ର କୁମାର ଭୂୟାଁ (ରାଜା) ଏକ ସ୍କୁଟି ରେ ଅତିକ୍ଷୀପ୍ର ଗତିରେ ଭଞ୍ଜନଗର ଆଡକୁ ଆସୁଥିବା ବେଳେ ଘୁମୁସର କ୍ଲବ ଆଗରେ ବିପରୀତ ଦିଗକୁ ଏକ ବାଇକ ରେ ଯାଉଥିବା ବୁଦୁଲି ଗ୍ରାମର ପୁରସ୍ତମ ଗୌଡ଼, ବୟସ ୨୫କୁ ଶକ୍ତ ଧକ୍କା ଦେବା ଫଳରେ ଶୁକ୍ରବାର ଅପରାହ୍ନରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଯାହା ଫଳରେ ଘଟଣାସ୍ଥଳରେ ରାଜା କଚାଡି ହୋଇ ପଡିବାରୁ ମୁଣ୍ଡରେ ଏବଂ ଆଖି ଦୁଇଟିରେ ଶକ୍ତ ଆଘାତ ଲାଗିଛି । ଅନ୍ୟପଟେ ପୁରସ୍ତମ ର ଗୋଡ଼ର ଆଙ୍ଗୁଠି ରେ ମଧ୍ୟ ଆଘାତ ଲାଗିଥିଲା । ଉଭୟଙ୍କୁ ସ୍ଥାନୀୟ ଲୋକେ ନିକଟରେ ଥିବା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ରାଜାଙ୍କର ଆଘାତ ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର କୁ ସ୍ଥାନାନ୍ତର କରିଛନ୍ତି । ପୋଲିସ ଏହି ଘଟଣା ର ତଦନ୍ତ କରୁଛି ।


